ପ୍ରଭାସଙ୍କୁ ଡେଟ୍‌ କରୁଛନ୍ତି କି କ୍ରୀତି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ରୀତି ସେନନଙ୍କ ଫିଲ୍ମ ‘ଭେଡିୟା’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରରେ କ୍ରୀତି ବରୁଣ ଧାଓ୍ବନଙ୍କ ସହ ସ୍କ୍ରିନ ଶେୟାର କରିଥିବା ଦେଖିବାକୁ ମିଳିଛି। ଏହି ସମୟରେ ଦର୍ଶକ ମଧ୍ୟ ଏହି ଚଳଚ୍ଚିତ୍ରକୁ ଭଲ ପ୍ରତିକ୍ରିୟା ଦେଇଛନ୍ତି। ଆଜିକାଲି, ବରୁଣ ଧାଓ୍ବନ ଏବଂ କ୍ରୀତି ସେମାନଙ୍କ ଚଳଚ୍ଚିତ୍ରକୁ ନେଇ ଖୁବ୍‌ ପ୍ରଚାର କରୁଛନ୍ତି। ନିକଟରେ କ୍ରୀତି ଏବଂ ବରୁଣ ଏକ ସାକ୍ଷାତକାର ଦେଇଛନ୍ତି। ଯେଉଁଥିରେ ବରୁଣ କ୍ରୀତିଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଖୋଲାଖୋଲି ଭାବରେ କହିଥିଲେ। ଏହା ସହିତ କ୍ରୀତିଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ତାଙ୍କ ହୃଦୟର କଥା କହୁଥିବାର ଦେଖାଯାଉଛି।

ଏହି ଭିଡିଓରେ କ୍ରୀତି ‘ଆଦିପୁରୁଷ’ ଫେମ୍‌ ପ୍ରଭାସଙ୍କୁ ଡାର୍ଲିଂ ବୋଲି କହୁଛନ୍ତି। ଭିଡିଓରେ କ୍ରୀତି ଏକ ମଞ୍ଚ ଉପରେ ଠିଆ ହୋଇଛନ୍ତି ଏବଂ ଡାର୍ଲିଂ ବୋଲି କହୁଛନ୍ତି। ଏହା ପରେ ପ୍ରଭାସ ଏବଂ କ୍ରୀତିଙ୍କ ସହ କ୍ଲିପ୍ସ ଭିଡିଓରେ ଯୋଡ଼ାଯାଇଛି। ଏଥି ସହିତ ଅନ୍ୟ ଏକ ଭାଇରାଲ ଭିଡିଓରେ କ୍ରୀତି କହୁଛନ୍ତି ‘ଆଦିପୁରୁଷ’ ପ୍ରଭାସ ତାଙ୍କୁ ତେଲୁଗୁ ଭାଷାରେ ସାହାଯ୍ୟ କରିଥିଲେ ଏବଂ ସେ ପ୍ରଭାସଙ୍କୁ ହିନ୍ଦୀରେ ସାହାଯ୍ୟ କରିଥିଲେ। କ୍ରୀତିଙ୍କ ଏହି କଥାକୁ ନେଇ ସେ ପ୍ରଭାସଙ୍କୁ ଡେଟ୍‌ କରୁଥିବା ଚର୍ଚ୍ଚା ହେଉଛି। ତେବେ ଏହି କଥା କେତେଦୂର ସତ ତାହା ଦେଖିବାକୁ ବାକି ରହିଲା।

Share