Categories: ଜାତୀୟ

ମହାରାଷ୍ଟ୍ର କ’ଣ ପାକିସ୍ତାନ, ଫଡନାଭିସଙ୍କୁ ଆଦିତ୍ୟଙ୍କ ପ୍ରଶ୍ନ…

ମୁମ୍ବାଇ, ୧୮।୯ : ମହାରାଷ୍ଟ୍ରରେ ବେଦାନ୍ତ-ଫକ୍ସକନ ଚୁକ୍ତିକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଗୁଜୁରାଟ ପାକିସ୍ତାନ ନୁହେଁ ବୋଲି ମନ୍ତବ୍ୟ ଦେଇଥିଲେ। ପ୍ରକଳ୍ପ ସ୍ଥାପନ ହେବାନେଇ ଆପଣମାନେ କାହିଁକି ହଙ୍ଗମା କରୁଛନ୍ତି? ଏହାର ଉତ୍ତରରେ ଶିବସେନା ନେତା ତଥା ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ କହିଛନ୍ତି ଯେ ସମସ୍ତେ ଜାଣନ୍ତି ଯେ ଗୁଜରାଟ ପାକିସ୍ତାନ ନୁହେଁ, କିନ୍ତୁ ମହାରାଷ୍ଟ୍ର କ’ଣ ପାକିସ୍ତାନ କି? ଯାହା ଆପଣ ପ୍ରୋଜେକ୍ଟ ଗୁଜରାଟ ନାମରେ କରିଛନ୍ତି। ମହାରାଷ୍ଟ୍ରର ଯୁବକମାନେ କେଉଁ ଭୁଲ କରିଛନ୍ତି? ରାଜନୈତିକ ଚାପରେ ଏହି ଚୁକ୍ତି ଛଡ଼ାଇ ନିଆଯାଇଛି ବୋଲି ଆଦିତ୍ୟ ଠାକରେ ଅଭିଯୋଗ କରିଛନ୍ତି।
ଗୁଜରାଟରେ ବେଦାନ୍ତ-ଫକ୍ସକନ ଚୁକ୍ତି ଘୋଷଣା ହେବା ପରେ ଶିବସେନା, କଂଗ୍ରେସ ଏବଂ ଏନସିପି କ୍ରମାଗତ ଭାବରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ-ଫଡନାଭିସ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି। ପୁଣେ ନିକଟରେ ଏହି ୟୁନିଟ ପ୍ରତିଷ୍ଠା କରାଯିବାରଥିଲା କିନ୍ତୁ ବେଦାନ୍ତ-ଫକ୍ସକନ ୧୩ ସେପ୍ଟେମ୍ବରରେ ଗୁଜରାଟ ସରକାରଙ୍କ ସହ ଏକ ବୁଝାମଣାପତ୍ର ସ୍ବାକ୍ଷର କରିଥିଲେ। ଫଳରେ ଏହାକୁ ନେଇ ଏକ ବଡ ରାଜନୈତିକ ବିବାଦ ସୃଷ୍ଟି ହୋଇଥିଲା।

Share