ବମ୍ବେ: ବିବାହ ଲାଗି ହଁ କରିଦେଲେ ବଲିଉଡ୍ ଡିଭା ମଲାଇକା ଅରୋରା। ଅଭିନେତ୍ରୀଙ୍କ ସୋସିଆଲ ମିଡିଆ ପୋଷ୍ଟରୁ ଏଭଳି କିଛି କଥାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଉଥିବା ଦେଖାଯାଇଛି।
କଳା ରଙ୍ଗର ପୋଷାକ ପିନ୍ଧି ମଲାଇକା ଏକ ଫଟୋ ପୋଷ୍ଟ କରିଥିଲେ। ଏହାର କ୍ୟାପଶନ୍ରେ ‘ମୁଁ ହଁ କହିଦେଲି’ ବୋଲି ସେ ଲେଖିଛନ୍ତି। ପୋଷ୍ଟଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଲୋକେ କ’ଣ ବିବାହ ପାଇଁ ହଁ କହିଦେଲେ ବୋଲି ତାଙ୍କୁ ପ୍ରଶ୍ନ କରୁଛନ୍ତି। କିଛିଜଣ ଚକିତ ହେବା ଭଳି ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।
କହିରଖୁଛୁ, ମଲାଇକା-ଅର୍ଜୁନ ଦୀର୍ଘଦିନରୁ ପରସ୍ପରକୁ ଡେଟ୍ କରୁଛନ୍ତି। ଉଭୟଙ୍କ ରୋମାଣ୍ଟିକ୍ ଲାଇଫ ଚର୍ଚ୍ଚାର ବିଷୟ ପାଲଟି ଆସୁଛି। ଏବେ ପ୍ରଶଂସକ ତାଙ୍କ ବିବାହକୁ ଅପେକ୍ଷା କରି ରହିଛନ୍ତି।