ଏବେ ଆଉ ମାଉଣ୍ଟ ଏଭରେଷ୍ଟ ନୁହେଁ ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ!

ସ୍କୁଲ ବହିରୁ ପଢି ଆସିଥିରେ ପୃଥିବୀର ସବୁଠାରୁ ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟ। କିନ୍ତୁ ଏହା ସଂପୁର୍ଣ୍ଣ ଭୁଲ। ସଦ୍ୟତମ ଗବେଷଣା ଅନୁସାରେ ଏହି ତଥ୍ୟକୁ ଭୁଲ ପ୍ରମାଣିତ କରାଯାଇଛି। ପ୍ରାୟ ତିନି ବର୍ଷ ପୂର୍ବେ ଚାଇନା ଦାବି କରିଥିଲା ଯେ, ଏଭରେଷ୍ଟର ଉଚ୍ଚତା ଯେତିକି କୁହାଯାଉଛି ତାହା ସେତିକି ନୁହେଁ। ଏହାର ଉଚ୍ଚତା କମ୍‌ ଅଟେ।

ନିକଟରେ ପ୍ରକାଶ ପାଇଥିବା ସାଇନ୍ସ ଫୋକସର ଏକ ରିପୋର୍ଟ ଅନୁସାରେ, ମାଉଣ୍ଟ ଏଭରେଷ୍ଟ ଦୁନିଆର ସର୍ବୋଚ୍ଚ ଶୃଙ୍ଗ ନୁହେଁ। ଅନୁସନ୍ଧାନକାରୀମାନେ ଦାବି କରିଛନ୍ତି ଯେ, ବିଶ୍ୱର ସବୁଠାରୁ ଉଚ୍ଚତମ ଶୃଙ୍ଗ ଆମେରିକାରେ ରହିଛି। ବୈଜ୍ଞାନିକଙ୍କ ଅନୁଯାୟୀ, ଆମେରିକାର ହାୱାଇରେ ଥିବା ଆଗ୍ନେୟଗିରି ମାଉନା ଲୋଆ ଆଗ୍ନେୟଗିରି ଦୁନିଆର ସର୍ବୋଚ୍ଚ ଶୃଙ୍ଗ ଅଟେ। ଏହି ଦାବି ସପକ୍ଷରେ ସେ କିଛି ତଥ୍ୟ ମଧ୍ୟ ଉପସ୍ଥାପନ କରିଛନ୍ତି। ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ନେପାଳର ଏଭରେଷ୍ଟ ଶିଖର ସମୁଦ୍ର ପତ୍ତନଠାରୁ ୮୮୪୯ ମିଟର ଉପରେ ରହିଛି। ଏହାର ଶିଖର ପୃଥିବୀ ଠାରୁ ସର୍ବୋଚ୍ଚ ଉଚ୍ଚତାରେ ରହିଅଛି। ବର୍ତ୍ତମାନ ବୈଜ୍ଞାନିକମାନେ ଯୁକ୍ତି ବାଢିଛନ୍ତି ଯେ, ବହୁ ପର୍ବତର ଏକ ବଡ଼ ଅଂଶ ସମୁଦ୍ର ପତ୍ତନ ଠାରୁ ଆହୁରି ଗଭୀରକୁ ରହିଥାଏ। କିନ୍ତୁ କେହି ଏଥିପ୍ରତି ଧ୍ୟାନ ଦିଅନ୍ତି ନାହିଁ।

ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ଯଦି ସମୁଦ୍ର ପତ୍ତନ ଠାରୁ ଆହୁରି ଗଭୀରରୁ ଶିଖର ପର୍ଯ୍ୟନ୍ତ ଏକ ପର୍ବତର ଉଚ୍ଚତା ମାପ କରାଯାଏ, ତେବେ ଦୁନିଆର ସବୁଠାରୁ ଉଚ୍ଚ ପର୍ବତ ନିଶ୍ଚିତ ଭାବରେ ମାଉନା ଲୋଆ ହେ। ଏହି ଆଧାରରେ, ମୋଉନା ଲୋଆର ମୋଟ ଉଚ୍ଚତା ୧୦,୨୦୫ମିଟର ଅଟେ। ଏବଂ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ୮୮୪୯ମିଟର ଅଟେ। ସେଥିପାଇଁ ମାଉନା ଦୁନିଆର ସର୍ବୋଚ୍ଚ ଶୃଙ୍ଗ ଅଟେ। ମଉନାର ଅଧାରୁ ଅଧିକ ଅଂଶ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ। ଏହା ପ୍ରାୟ ୬ହଜାର ମିଟର ଗଭୀରରେ ଅଛି। ଏହାର ୪୨୦୫ମିଟର ଅଂଶ ସମୁଦ୍ର ପତ୍ତନଠାରୁ ଉର୍ଦ୍ଧ୍ୱରେ ରହିଛି।

ବୈଜ୍ଞାନିକଙ୍କ ଅନୁସାରେ ୪୫୦୦ବର୍ଷ ଧରି ମଉନା ଆଗ୍ନେୟଗିରି ସୁପ୍ତ ରହିଛି। ତେବେ ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ କହିଛି ଯେ, ଏହି ଆଗ୍ନେୟଗିରି ଯେକୌଣସି ସମୟରେ ସକ୍ରିୟ ହୋଇପାରେ।

 

Share