କୋଲକତା,୨୮।୧୦: ପଶ୍ଚିମବଙ୍ଗର ଆସାନସୋଲ ଲୋକ ସଭା ଆସନରୁ ତୃଣମୂଳ କଂଗ୍ରେସ (ଟିଏମସି) ଏମ୍ପି ଥିବା ଶତୃଙ୍ନ ସିହ୍ନା ‘ନିଖୋଜ’ ପୋଷ୍ଟରକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ ନିଖୋଜ ଥିବା ପୋଷ୍ଟର ଆସନସୋଲରେ ଲାଗିଛି। ବିହାର ବାବୁ ନାମରେ ଜଣାଶୁଣା ଶତୃଘ୍ନ ମହାପର୍ବ ଛଠ୍ ପୂଜା ସମୟରେ ତାଙ୍କ ଲୋକ ସଭା ନିର୍ବାଚନମଣ୍ଡଳୀରୁ ନିଖୋଜ ଥିବା ପୋଷ୍ଟରରେ ଲେଖାଯାଇଛି।
ଏନେଇ ତୃଣମୂଳ କଂଗ୍ରେସ ରାଜ୍ୟ ସଚିବ ଭି ଶିବଦାସାନ ଦାସୁ କହିଛନ୍ତି, ଛଠ ପୂଜା ସମୟରେ ଶତୃଘ୍ନ ସିହ୍ନା ଆସାନସୋଲରେ ରହିବେ। ସେହିପରି ତୃଣମୂଳ କାଉନସିଲର ସଲିମ ଅନସାରୀ ଦାବି କରିଛନ୍ତି ଯେ, ଏହି ଘଟଣା ପଛରେ ଭାଜପାର ହାତ ଅଛି। ପ୍ରତି ମାସରେ ଆସାନସୋଲକୁ ଶତୃଘ୍ନ ସିହ୍ନା ଆସନ୍ତି। ସେ ଦୁର୍ଗା ପୂଜା ସମୟରେ ମଧ୍ୟ ଏଠାରେ ଥିଲେ। ଏହାକୁ ନେଇ ରାଜନୀତି କରିବା ଠିକ ନୁହେଁ।