Categories: ଜାତୀୟ

ଜଳୁଥିବା ମଣିପୁରକୁ ଅଣଦେଖା କରି ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ଯୁକ୍ତିଯୁକ୍ତ କି: ଜେଡିୟୁ…

ପାଟନା,୨୨।୬ : ମଣିପୁର ହିଂସା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ନେଇ ଜେଡିୟୁ ନେତା କେସି ତ୍ୟାଗୀଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ସେ ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତକୁ ଆମେ ବିରୋଧ କରୁନାହୁଁ। ଏହା ପୂର୍ବରୁ ମଧ୍ୟ ଅନେକ ପ୍ରଧାନମନ୍ତ୍ରୀ ଗସ୍ତ କରିଛନ୍ତି। ତେବେ ଦେଶରେ ଏକ ରାଜ୍ୟରେ ୧୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ପ୍ରଧାନମନ୍ତ୍ରୀ ନୀରବ ରହିବା ସହିତ ଦେଶ ଛାଡି ବିଦେଶ ଗସ୍ତ କରୁଛନ୍ତି। ଏହା ଏକ ସୀମାନ୍ତ ରାଜ୍ୟ। ମ୍ୟାନମାରରୁ ଆତଙ୍କବାଦୀଙ୍କ ଅନୁପ୍ରବେଶ ଜାରି ରହିଛି। ଭାଜପା ଓ ବିଧାୟକମାନେ ରାଜ୍ୟରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବାକୁ ଦାବି କରୁଛନ୍ତି। ରାଜ୍ୟ ଏକ ଯୁଦ୍ଧ କ୍ଷେତ୍ର ପାଲଟିଛି। ଆମେରିକା ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଥରେ ମଣିପୁର ଗସ୍ତ କରିବା ଉଚିତ। ବିରୋଧୀ ଦଳ ଏକ ଏନେଇ ସହମତି ପାଇଁ ଆହ୍ବାନ ହେବା ଉଚିତ। ଯେତେବେଳେ ଭାରତର ଏକ ରାଜ୍ୟ ଜଳୁଛି ସେତେବେଳେ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ନିରାଶାଜନକ ଅଟେ।

Share