ପୁଟିନଙ୍କ ମୃତ୍ୟୁ! ସତ ନା ଗୁଜବ

ମସ୍କୋ,୨୮।୧୦: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିିର ପୁଟିନଙ୍କ ହୋଇଛି ମୃତ୍ୟୁ। ଏପରି ଏକ ଦାବି କରିଛି ଟେଲିଗ୍ରାମ ଚ୍ୟାନେଲ। ଏହାକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛିି। ମସ୍କୋରେ ମଧ୍ୟ ବିଦ୍ରୋହ ହେବାକୁ ଯାଉଥିବା ନେଇ ଦାବି କରାଯାଇଛି । ଟେଲିଗ୍ରାମ ଚ୍ୟାନେଲରେ ପୁଟିନଙ୍କ ମୃତଦେହ ପାଖରେ ଡାକ୍ତରମାନେ ଅଛନ୍ତି । ଏବଂ ତାଙ୍କୁ ମୃତ୍ୟୁ ଘୋଷଣା କରିଥିବା ଏଥିରେ କୁହାଯାଇଛି ।
ତେବେ ପୁଟିନଙ୍କ ମୃତ୍ୟୁ ଏବଂ ଋଷିଆରେ ବିଦ୍ରୋହକୁ କ୍ରେମଲିନ ପକ୍ଷରୁ ଖଣ୍ଡନ କରାଯାଇଛି। ଏହା ସମ୍ପୂର୍ଣ୍ଣଭାବେ ଗୁଜବ ଏବଂ ମିଥ୍ୟା ସୂଚନା ବୋଲି କ୍ରେମଲିନ କହିଛି।

Share