ପୁଣି ଏକ୍ସ-ଗର୍ଲଫ୍ରେଣ୍ଡଙ୍କ ପ୍ରେମରେ ପଡିଛନ୍ତି କି ସଲମାନ

ବଲିଉଡ ସୁପରଷ୍ଟାର ସଲମାନ ଖାନ ୫୭ ବର୍ଷରେ ପାଦ ଥାପିଛନ୍ତି। ସଲମାନଙ୍କ ଜନ୍ମଦିନ ଅବସରରେ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରାଯାଇଛି। ଏଥିରେ ବଲିଉଡର ସମସ୍ତ ଚଳଚ୍ଚିତ୍ର ତାରକା ଅଂଶଗ୍ରହଣ କରିଥିଲେ। ସଲମାନଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ସଙ୍ଗୀତା ବିଜଲାନି ମଧ୍ୟ ଏଥିରେ ଯୋଗ ଦେଇଥିଲେ। ଏହି ସମୟରେ ସଲମାନ ସଙ୍ଗୀତାଙ୍କୁ ଚୁମ୍ବନ ଦେଉଥିବାର ନଜର ଆସିଛନ୍ତି। ସଲମାନ ପୁଣିଥରେ ଏକ୍ସ-ଗର୍ଲଫ୍ରେଣ୍ଡଙ୍କ ପ୍ରେମରେ ପଡିଥିବା କଥା ଏବେ ଚର୍ଚ୍ଚା ହେଉଛି।
ବାର୍ଥ ଡେ’ ପାର୍ଟିରେ ସଙ୍ଗୀତାଙ୍କୁ କାର୍‌ ପର୍ଯ୍ୟନ୍ତ ଛାଡିବାକୁ ଆସିଥିଲେ ସଲମାନ। ତାଙ୍କ ଛାଡିବା ସମୟରେ ସଲମାନ ସଙ୍ଗୀତାଙ୍କୁ ଆଲିଙ୍ଗନ କରି କପାଳରେ ଚୁମ୍ବନ ଦେଉଥିବାର ସ୍ପଷ୍ଟ ଦେଖାଯାଉଛି।
ସଲମାନ ଏବଂ ସଙ୍ଗୀତା ନିକଟରେ ଏକାଠି ହେବା ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ଉଭୟଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଛି।
ସଲମାନ ଏବଂ ସଙ୍ଗୀତା ଏକଦା ବି-ଟାଉନର ସବୁଠାରୁ ପ୍ରିୟ ଦମ୍ପତି ଭାବରେ ବିବେଚିତ ହୋଇଥିଲେ। କୁହାଯାଏ ଯେ ଏହି ଦୁଇଜଣଙ୍କ ମଧ୍ୟରେ ସମ୍ପର୍କ ପ୍ରାୟ ୧୦ ବର୍ଷ ଧରି ଚାଲିଥିଲା। ଏପରିକି ଉଭୟଙ୍କ ବିବାହ କାର୍ଡ ମଧ୍ୟ ଛପା ଯାଇଥିଲା। ପରେ ବ୍ରେକ୍‌ ଅପ୍‌ ହୋଇଯାଇଥିଲା। ଏହା ପଛର କାରଣ ହେଉଛି ଅଭିନେତ୍ରୀ ସୋମି ଅଲି। କୁହାଯାଏ ଯେ ସଲମାନ ଏବଂ ସୋମିଙ୍କ ନିକଟତର ହେତୁ ସଲମାନ ସଙ୍ଗୀତାଙ୍କଠାରୁ ଦୂରେଇ ଯାଇଥିଲେ। ଏହାପରେ ସଙ୍ଗୀତା କ୍ରିକେଟର୍‌ ମହମ୍ମଦ ଆଜାରୁଦ୍ଦିନଙ୍କୁ ବିବାହ କରିଥିଲେ।

Share