ଏହି ହ୍ୟାଣ୍ଡସମ୍‌ଙ୍କୁ ଡେଟ୍‌ କରୁଛନ୍ତି ସାମନ୍ଥା? ଫଟୋ ଶେୟାର କରି କଲେ ବଡ଼ ଖୁଲାସା

ହାଇଦ୍ରାବାଦ: ପୁଣି ଥରେ ପ୍ରେମରେ ପଡ଼ିଛନ୍ତି ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ। ଆଜିକାଲି ନିଜର ଆଗାମୀ ସିରିଜ ‘ରକ୍ତ ବ୍ରହ୍ମାଣ୍ଡ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି ସେ। ପ୍ରଶଂସକ ଏବେ ସିରିଜର ରିଲିଜକୁ ଅପେକ୍ଷା କରି ରହିଛନ୍ତି। ଏମିତିରେ ସାମନ୍ଥାଙ୍କ ଏକ ଫଟୋ ବେଶ ଭାଇରାଲ ହେଉଛି। ଫଟୋରେ ଅଭିନେତ୍ରୀ ଜଣେ ହ୍ୟାଣ୍ଡସମ୍‌ ହଙ୍କଙ୍କ ସହ ନଜର ଆସୁଛନ୍ତି, ଯାହା ପରଠାରୁ ସେ ତାଙ୍କୁ ଡେଟ୍‌ କରୁଥିବା ଚର୍ଚ୍ଚା ଜୋର ଧରିଛି। ଆସନ୍ତୁ ଜାଣିବା ସେ କିଏ?

ଯୁବକଜଣଙ୍କ ଆଉ କେହି ନୁହେଁ ବରଂ ‘ସିଟାଡେଲ:ହନି ବନିର ନିର୍ଦ୍ଦେଶକ ରାଜ ନିଦିମୋରୁ। ନିକଟରେ ଏକ ଟୁର୍ନାମେଣ୍ଟର କିଛି ଫଟୋ ସାମନ୍ଥା ଶେୟାର କରିଥିଲେ, ଯେଉଁଥିରେ ନିଦିମୋରୁ ନଜର ଆସିଛନ୍ତି। ଏସବୁ ଫଟୋକୁ ଦେଖି ତାଙ୍କ ଡେଟିଂ ଗୁଜବ ବଢ଼ିଛି। କାରଣ ଫଟୋଗୁଡ଼ିକରେ ଅଭିନେତ୍ରୀ ତାଙ୍କ ହାତ ଧରିଛନ୍ତି।

ସୋସିଆଲ ମିଡିଆରେ ସାମନ୍ଥାଙ୍କ ଫଟୋ ବେଶ Viral ହେଉଛି। ପ୍ରତ୍ୟକ୍ଷ ନ ହେଲେ ବି ସେ ପରୋକ୍ଷରେ ନିଜ ସମ୍ପର୍କ ନେଇ ଖୁଲାସା କରିଥିବା କୁହାଯାଉଛି।

ତେବେ ରାଜ ନିଦିମୋରୁ ଜଣେ ଫିଲ୍ମ ନିର୍ଦ୍ଦେଶକ। ସେ ‘ଦ ଫାମିଲି ମ୍ୟାନ୍‌’, ‘ଫର୍ଜି’, ‘ସିଟାଡେଲ:ହନି ବନି’, ‘ଗନ୍ସ ଆଣ୍ଡ ଗୁଲାବ’ ଭଳି ଚଳଚ୍ଚିତ୍ର ନିର୍ଦ୍ଦେଶନା ଦେଇଛନ୍ତି। ସେଥିରୁ ‘ଦ ଫାମିଲି ମ୍ୟାନ୍‌ ୨’ ଏବଂ ‘ସିଟାଡେଲ୍‌:ହନି ବନି’ରେ ସେ ସାମନ୍ଥାଙ୍କୁ ଲିଡ୍‌ ରୋଲରେ ରଖିଥିଲେ। ଏବେ ପୁଣିଥରେ ସେ ଅଭିନେତ୍ରୀଙ୍କ ସହ ‘ରକ୍ତ ବ୍ରହ୍ମାଣ୍ଡ’ ଲାଗି କାମ କରୁଛନ୍ତି।

Share
Tags: samantha