Categories: ଖେଳ

ଶୁଭମନ ଗିଲ ନୁହନ୍ତି, ଏହି ଯୁବକଙ୍କୁ ଡେଟ୍‌ କରୁଛନ୍ତି ସାରା ତେନ୍ଦୁଲକର ! ଜାଣନ୍ତୁ ନାମ…

ନୂଆଦିଲ୍ଲୀ,୨୨।୧୧: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ନିଜର ଲଭ୍‌ ଲାଇଫ୍‌କୁ ନେଇ ରହିଥାନ୍ତି ଚର୍ଚ୍ଚାରେ। ସେ ଯୁବ କ୍ରିକେଟର ଶୁଭମନ ଗିଲଙ୍କୁ ଡେଟ୍‌ କରୁଥିବା କୁହାଯାଉଥିବା ବେଳେ ଏବେ ଆଉ ଜଣେ ଯୁବକଙ୍କ ନାମ ସାମ୍ନାକୁ ଆସିଛି। ସାରା ଶୁଭମନଙ୍କୁ ନୁହେଁ ବରଂ ତାଙ୍କ ସହ ସମ୍ପର୍କରେ ଥିବା ଖବର ସାମ୍ନାକୁ ଆସିଛି। କଥାଟି କେତେ ସତ କେତେ ମିଛ ଜଣାପଡ଼ି ନ ଥିଲେ ହେଁ ସାରାଙ୍କ ସହ ଉକ୍ତ ଯୁବକଙ୍କ ଏକାଧିକ ଭିଡିଓ ଭାଇରାଲ ହେଉଛି।
ସାରାଙ୍କ ଏକ ନୂଆ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ସାରାଙ୍କ ସହ ଖୁସପ୍ରିତ ସିଂହ ରହିଛନ୍ତି। ଏହାକୁ ନେଇ ଲୋକେ ଦୁହିଁଙ୍କ ଡେଟିଂ ଚାଲିଥିବା କହୁଛନ୍ତି। ବିଶ୍ୱକପ୍‌ ୨୦୨୩ରେ ମଧ୍ୟ ଉଭୟଙ୍କୁ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା।
ସାରା ପୂର୍ବରୁ ଶୁଭମନଙ୍କ ସହ ସମ୍ପର୍କ ନେଇ ମୁହଁ ଖୋଲି ନାହାନ୍ତି। ହେଲେ ଏକାଧିକ ଥର ତାଙ୍କ ଉଦ୍ଦେଶ୍ୟରେ ଟୁଇଟ କରୁଥିବା ଦେଖାଯାଇଛି। ସେହିଭଳି ଏବେ ନୂଆ ଖବର ସାମ୍ନାକୁ ଆସିବା ପରେ ଗିଲଙ୍କ ପ୍ରଶଂସକଙ୍କ ହୃଦୟ ଭାଙ୍ଗିଛି। ଏହା କେତେ ଦୂର ସତ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।
ଦେଖନ୍ତୁ ଭିଡିଓ:
Share