ସୋନାକ୍ଷୀଙ୍କ ନିର୍ବନ୍ଧ ଶେଷ!

ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ବିବାହକୁ ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଛି। ସେ ଅଭିନେତା ଜାହିର ଇକବାଲଙ୍କୁ ଡେଟ୍‌ କରୁଥିବା କୁହାଯାଉଛି। ଯଦିଓ ଉଭୟ ଏନେଇ ସ୍ପଷ୍ଟ କରିନାହାନ୍ତି କିନ୍ତୁ ଦୁହିଁଙ୍କୁ ଅନେକଥର ଏକାଠି ଦେଖିବାକୁ ମିଳିଛି। ଉଭୟଙ୍କ ନିର୍ବନ୍ଧ ମଧ୍ୟ ଶେଷ ହୋଇଥିବା ଚର୍ଚ୍ଚା ହେଉଛି। ନିକଟରେ ସୋନାକ୍ଷୀ ଇନ୍‌ଷ୍ଟାଗ୍ରାମରେ ନିର୍ବନ୍ଧ ମୁଦି ପ୍ରଶଂସକଙ୍କୁ ଦେଖାଇ ଏକ ଫଟୋ ଶେୟାର କରିଛନ୍ତି। କିନ୍ତୁ ଏହା ନିର୍ବନ୍ଧ ମୁଦି କି ନୁହେଁ, ତାହା ସେ ସ୍ପଷ୍ଟ କରିନାହାନ୍ତି। ତାଙ୍କ ପ୍ରଶଂସକ କିନ୍ତୁ ଏହି ଫଟୋରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ସୋନାକ୍ଷୀ ଏବଂ ଫିଲ୍ମ ନୋଟବୁକ ଜରିଆରେ ବଲିଉଡରେ ଡେବ୍ୟୁ କରିଥିବା ଜାହିର ଇକବାଲ ଦୀର୍ଘ ଦିନ ହେବ ପରସ୍ପରକୁ ଡେଟ୍‌ କରୁଥିବା ଚର୍ଚ୍ଚା ହେଉଛି। କିନ୍ତୁ ନିକଟରେ ଏକ ସାକ୍ଷାତକାରରେ ଡେଟିଂ ଖବର ଗୁଜବ ବୋଲି ଇକବାଲ କହିଥିଲେ।

Share