ବିଗ୍ବସ୍ରୁ ରାତାରାତି ଷ୍ଟାର ପାଲଟିଯାଇଛନ୍ତି ଶେହନାଜ ଗିଲ। ମ୍ୟୁଜିକ୍ ଭିଡିଓ, ମଡେଲିଂ ପରେ ଶେହନାଜ ଏବେ ଅଭିନୟଜଗତରେ ପାଦ ଥାପିଛନ୍ତି। ‘ଥ୍ୟାଙ୍କ ୟୁ ଫର କମିଂ’ ଜରିଆରେ ସେ ବଲିଉଡ ଡେବ୍ୟୁ କରିବାକୁ ଥିବା ବେଳେ ଏବେ ସେ ଏହାର ପ୍ରମୋଶନରେ ବ୍ୟସ୍ତ। ଏସବୁ ମଧ୍ୟରେ ସେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାର ପରିସରକୁ ଆସିଛନ୍ତି।
‘ଥ୍ୟାଙ୍କ ୟୁ ଫର କମିଂ’ ନିର୍ମାତା ବଲିଉଡ୍ ସେଲିବ୍ରିଟିଙ୍କ ଲାଗି ମଙ୍ଗଳବାର ରାତିରେ ସ୍କ୍ରିନିଂ ରଖିଥିଲେ। ଏହାକୁ ଦେଖିବା ଲାଗି ଅନିଲ କପୁର, ଅନନ୍ୟା ପାଣ୍ଡେ, ସୋନମ କପୁର, ଖୁସି କପୁର , କାର୍ତ୍ତିକ ଆର୍ୟନ ପ୍ରମୁଖ ପହଞ୍ଚିଥିଲେ। ହେଲେ ପଞ୍ଜାବୀ ଗାୟକ ଗୁରୁ ରନ୍ଧାଓ୍ବାଙ୍କ ଶେହନାଜଙ୍କ ଏଣ୍ଟ୍ରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଦୁହେଁ କ୍ୟାମେରା ସମ୍ମୁଖରେ ଯୋଡ଼ି ଭାବେ ପୋଜ୍ ଦେଇଥିଲେ। ଏହାପରଠାରୁ ସେମାନେ ଡେଟ୍ କରୁଥିବା ନେଇ ଗୁଜବ ଉଠୁଛି।
ଫିଲ୍ମ ବିଷୟରେ କଥା ହେଲେ ଶେହନାଜଙ୍କ ସହ ଫିଲ୍ମରେ ଭୂମି ପେଡନେକର, କୁଶା କପିଳା, ଡଲି ସିଂହଙ୍କ ସମେତ ଅନେକ କଳାକାର ପ୍ରମୁଖ ଭୂମିକାରେ ନଜର ଆସିବେ। ଅକ୍ଟୋବର ୬ରେ ଏହି ଫିଲ୍ମ ସିନେମାହଲ୍ରେ ରିଲିଜ ହେବ।