Categories: ଜାତୀୟ

ଏନଡିଏରେ ସାମିଲ ହେଲେ ଦାଗି ନେତାଙ୍କ ପ୍ରତି ସଫ୍ଟ ହୋଇ ଯାଉଛି କେନ୍ଦ୍ରୀୟ ଏଜେନ୍ସି? ଜବାବ ରଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୬।୫: ଲୋକ ସଭା ନିର୍ବାଚନ ପାଇଁ ଚାରୋଟି ପର୍ଯ୍ୟାୟ ଭୋଟ ଗ୍ରହଣ କରାଯାଇଛି। ୪୦୦ ଟି ଆସନ ଲକ୍ଷ୍ୟ ହାସଲ କରିବା ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ସାରା ଦେଶରେ ବିଶାଳ ସମାବେଶ ଆୟୋଜନ କରୁଛି। ଏହି ସମୟରେ, ଏକ ନ୍ୟୁଜ ଚ୍ୟାନେଲକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଡି ସମେତ ଅନେକ ପ୍ରସଙ୍ଗରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି। ମୋଦିଙ୍କୁ ପଚରାଯାଇଥିଲା ଯେ ଏନଡିଏରେ ଯୋଗଦେବା ମାତ୍ରେ କେନ୍ଦ୍ରୀୟ ଏଜେନ୍ସିମାନେ ଦାଗି ନେତାଙ୍କ ଉପରେ କାହିଁକି ସଫ୍ଟ ହୁଅନ୍ତି।
ଏହି ପ୍ରଶ୍ନର ଉତ୍ତରରେ ମୋଦି କହିଛନ୍ତି, ପ୍ରକୃତରେ ପ୍ରଶ୍ନ ହେବା ଉଚିତ ଯେ ୧୦ ବର୍ଷ (୨୦୦୪ ରୁ ୨୦୧୪) ପର୍ଯ୍ୟନ୍ତ ଇଡି ଏତେ ଟଙ୍କା ପାଇଲା, ସେମାନେ କେଉଁ କାମ କଲେ। ମୋ କାର୍ଯ୍ୟକାଳ ମଧ୍ୟରେ ଇଡି ୨୨୦୦ କୋଟି ଟଙ୍କା ଜବତ କରିଛି। ସେହି ଇଡିକୁ ଆପଣ କେମିତି ବଦନାମ କରିପାରିବେ। ମୋ ଲଢେଇ ଭ୍ରଷ୍ଟାଚାର ବିରୋଧରେ। ଦେଶରୁ ଭ୍ରଷ୍ଟାଚାର ଶେଷ ହେବା ଦରକାର। କେହିବ ି ଭୁଲ କରୁଛନ୍ତି ତ ତାଙ୍କ ବିରୋଧରେ ଆକ୍ସନ ହେବା ଜରୁରୀ।

Share