Categories: ଜାତୀୟ

ମାମଲା ଚାଲୁଥିବାବେଳେ ବିକ୍ଷୋଭ ଠିକ୍‌ କି

ନୂଆଦିଲ୍ଲୀ, ୨୦।୫: ନାରଦ ଷ୍ଟିଙ୍ଗ୍‌ ଅପରେଶନ ମାମଲାରେ ଗିରଫ ହୋଇଥିବା ପଶ୍ଚିମବଙ୍ଗର ୨ ମନ୍ତ୍ରୀ, ଜଣେ ବିଧାୟକ ଓ ଜଣେ ପୂର୍ବତନ ମେୟରଙ୍କ ଜାମିନ ଆବେଦନ ଅଦାଲତଙ୍କ ବିଚାରାଧୀନ ଥିବାବେଳେ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିବା ଠିକ୍‌ କି ବୋଲି ବୁଧବାର କୋଲକାତା ହାଇକୋର୍ଟ ଟିଏମ୍‌ସି ନେତାମାନଙ୍କୁ ପ୍ରଶ୍ନ କରିଛନ୍ତି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ରାଜେଶ ବିନ୍ଦାଲ ଏବଂ ଜଷ୍ଟିସ୍‌ ଅରିଜିତ୍‌ ବାନାର୍ଜୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସିବିଆଇର ଆବେଦନ ଉପରେ ଶୁଣାଣି କରିଥିଲେ। ୩ ଟିଏମ୍‌ସି ନେତା ଓ ଜଣେ ପୂର୍ବତନ ନେତାଙ୍କୁ ସିବିଆଇ ସ୍ବତନ୍ତ୍ର କୋର୍ଟର ଜାମିନକୁ ସିବିଆଇ ବିରୋଧ କରିବା ସହ ମାମଲାର ବିଚାର ହାଇକୋର୍ଟକୁ ସ୍ଥାନାନ୍ତର ପାଇଁ ଆବେଦନ କରିଥିଲା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଆଇନ ମନ୍ତ୍ରୀ ମଲୟ ଘଟକ ସମର୍ଥକଙ୍କ ସହ ବିକ୍ଷୋଭ କରୁଥିବାରୁ ଅଭୂତପୂର୍ବ ଚାପ ପଡ଼ୁଥିବା ସିବିଆଇ ଦର୍ଶାଇଥିଲା। ହାଇକୋର୍ଟ ଗୁରୁବାର ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ ରଖିଛନ୍ତି।

Share