ସବୁ ବିପଦର ମୁକ୍ତି ଦାତା ହେଉଛନ୍ତି ଗଣେଶ । ସେଥିପାଇଁ ତାଙ୍କୁ ବିଘ୍ନ ବିନାଶକ କୁହାଯାଇଥାଏ। ତେବେ ଘରେ ହେଉ ଅବା କାର୍ଯ୍ୟାଳୟରେ ଯଦି କିଛି ବାସ୍ତୁଦୋଷ ଥାଏ, ତା’ହେଲେ ପ୍ରଭୁଙ୍କର ପ୍ରତିମା ହେଉ ଅବା ଫଟୋକୁ କିପରି ରଖିଲେ ସମସ୍ୟାର ସମାଧାନ ହୋଇଯାଏ, ଆସନ୍ତୁ ଜାଣିବା ସେ ସମ୍ପର୍କରେ…
*ଘରେ ବସିଥିବା ଏବଂ କାର୍ଯ୍ୟାଳୟରେ ଠିଆ ହୋଇଥିବା ଗଣେଶଙ୍କର ଚିତ୍ର କିମ୍ବା ଫଟୋ ରଖିଲେ ଶୁଭ ହୋଇଥାଏ ବୋଲି ବିଶ୍ୱାସ କରାଯାଏ।
*କିନ୍ତୁ ଧ୍ୟାନ ରଖିବେ ଠିଆ ହୋଇଥିବା ଗଣେଶଙ୍କର ଦୁଇଟି ଯାକ ପାଦ ଯେମିତି ଭୁଇଁରେ ଲାଗିଥିବ; ଫଳରେ ଏହାଦ୍ୱାରା କାର୍ଯ୍ୟରେ ସ୍ଥିରତା ଆସିଥାଏ।
*ମଙ୍ଗଳମୂର୍ତ୍ତି ଭଗବାନଙ୍କର ମୋଦକ ଆଉ ତାଙ୍କର ବାହନ ମୂଷା ଅତି ପ୍ରିୟ ହୋଇଥାଏ। ତେଣୁ ଘରେ ହେଉ ଅବା କାର୍ଯ୍ୟାଳୟରେ ଯଦି ଭଗବାନଙ୍କର କୌଣସି ଫଟୋ କିମ୍ବା ଚିତ୍ର ଥାଏ, ତା’ହେଲେ ସେଥିରେ ମୋଦକ ଆଉ ମୂଷାର ଚିତ୍ର ରହିଥିବା ନିହାତି ଆବଶ୍ୟକ। ଏହାଦ୍ୱାରା ବି ଆପଣା ଛାଏଁ ବାସ୍ତୁଦୋଷ ଦୂର ହୋଇଯାଏ ବୋଲି ବିଶ୍ୱାସ ରହିଛି।
*ଘରେ ସର୍ବଦା ସୁଖ ଶାନ୍ତି ବଜାୟ ରଖିବାକୁ ଚାହୁଁଥିଲେ, ସିନ୍ଦୂର ରଙ୍ଗର ଗଣପତିଙ୍କର ମୂର୍ତ୍ତି ରଖିବା ଶୁଭ ହୋଇଥାଏ।
*ଧଳା ରଙ୍ଗର ବିନାୟକ ଠାକୁରଙ୍କର ମୂର୍ତ୍ତି ରଖିଲେ ଘରେ ସକାରାତ୍ମକ ଉର୍ଜ୍ଜା ଉତ୍ପନ୍ନ ହୋଇ ଐଶ୍ୱର୍ଯ୍ୟ ବୃଦ୍ଧି ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।