Categories: ଜାତୀୟ

କୋଭାକ୍ସିନ୍‌ ଅନୁମୋଦନରେ ବିଳମ୍ବ ଯୋଗୁ ଚାକିରି ହରାଇଥିବା ଲୋକଙ୍କ ପାଇଁ କିଛି ଉପାୟ ଅଛି କି? କେନ୍ଦ୍ରକୁ ପ୍ରଶ୍ନ…

ନୂଆଦିଲ୍ଲୀ,୧୬।୧୧: ଦେଶର ସ୍ବଦେଶୀ ଟିକା କୋଭାକ୍ସିନ୍‌କୁ ବିଶ୍ୱସ୍ବାସ୍ଥ୍ୟ ସଂଗଠନର ସ୍ବୀକୃତି ମିଳିବରେ ବିଳମ୍ବ ଯୋଗୁ ବିଦେଶରେ ଚାକିରି କରିଥିବା ଲୋକେ ବେକାର ହୋଇ ଘରେ ବସି ରହିଛନ୍ତି। ସେମାନଙ୍କ ଅବସ୍ଥାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କିଛି ଉପାୟ ରହିଛି କି ବୋଲି ମଙ୍ଗଳବାର କେରଳ ହାଇକୋର୍ଟ ଏକ ମାମଲାର ବିଚାର କରିବା ସମୟରେ ପ୍ରଶ୍ନ କରିଛନ୍ତିି।
ସୌଦି ଆରବରେ ଚାକିରି କରିଥିବା ଜଣେ ବ୍ୟକ୍ତିଙ୍କ ପକ୍ଷରୁ ଆଇନଜୀବୀ ମାନାସ ପି. ହମିଦ୍‌ଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ପିଟିଶନର ବିଚାର କରି ବିଚାରପତି ପି.ଭି.କୁହ୍ନିକ୍ରିଷ୍ଣନ୍‌ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏଭଳି କହିଛନ୍ତି। କେନ୍ଦ୍ର ସରକାର ଆବେଦନକାରୀଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇଦେବା ଲାଗି କିଛି ଯୋଜନା ପ୍ରସ୍ତୁତ କରିଛନ୍ତି କି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି।

Share