Posted inଜାତୀୟ

କ’ଣ ଏହି କର୍ନାଟକର ଏମ୍‌ୟୁଡିଏ ଘୋଟାଲା? ଯାହାକୁ ନେଇ ଟେନଶନ୍‌ରେ ସିଦ୍ଧରମେୟା, ଭାଙ୍ଗିଯିବ ସରକାର!

ବେଙ୍ଗାଲୁରୁ,୧୮ା୮: ମହୀଶୂର ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷ (ଏମ୍‌ୟୁଡିଏ) ଦ୍ୱାରା ଜମି ଆବଣ୍ଟନରେ ହୋଇଥିବା ଅନିୟମିତତା ଅଭିଯୋଗରେ କର୍ନାଟକ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସିଦ୍ଦାରାମାୟାଙ୍କ ବିରୋଧରେ ମକଦ୍ଦମା ଚାଲିବ। ଏମ୍‌ୟୁଡିଏ ଜମି ଦୁର୍ନୀତି ମାମଲାରେ ସିଦ୍ଦାରାମାୟାଙ୍କ ବିରୋଧରେ ମକଦ୍ଦମା ପାଇଁ ରାଜ୍ୟପାଳ ଥାଓ୍ବରଚାନ୍ଦ ଗେହଲଟ୍‌ ଅନୁମତି ପ୍ରଦାନ କରିଛନ୍ତି। ୩ ଆକ୍ଟିଭିଷ୍ଟ ପ୍ରଦୀପ କୁମାର, ଟି.ଜେ. ଆବ୍ରାହମ ଏବଂ ସ୍ନେହମୟୀ କ୍ରିଷ୍ଣା ଏଥିପାଇଁ ପିଟିଶନ ଦାଏର କରିଥିଲେ। ଉକ୍ତ ପିଟିଶନରେ ଦର୍ଶାଯାଇଥିବା ଅଭିଯୋଗ ଆଧାରରେ ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୨୧୮ ଏବଂ ଦୁର୍ନୀତି ନିବାରଣ ଆଇନର ଧାରା ୨୧୮ ଅନୁଯାୟୀ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟାଙ୍କ ବିରୋଧରେ ମକଦ୍ଦମା ଚଳାଇବା ପାଇଁ ଅନୁମତି ପ୍ରଦାନ କରାଯାଇଥିବା ରାଜ୍ୟପାଳଙ୍କ ସଚିବାଳୟ ପକ୍ଷରୁ ଆକ୍ଟିଭିଷ୍ଟମାନଙ୍କୁ ଜଣାଇଦିଆଯାଇଛି।

ରାଜ୍ୟପାଳଙ୍କ ନିଷ୍ପତ୍ତି ପରେ ଶାସକ କଂଗ୍ରେସ ଏବଂ ବିରେଧୀ ଦଳ ଭାଜପା ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। କର୍ନାଟକ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର, ପ୍ରିୟଙ୍କ ଖାର୍ଗେଙ୍କ ସମେତ କର୍ନାଟକର ଅନେକ ମନ୍ତ୍ରୀ ସିଦ୍ଦାରାମାୟାଙ୍କ ସମର୍ଥନରେ ବାହାରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ କର୍ନାଟକ ଯାଇଛନ୍ତି। ସିଦ୍ଦାରାମାୟା ଅଭିଯୋଗକୁ ଖଣ୍ଡନକରିବା ସହ ସବୁକିଛି ଆଇନ ଅନୁଯାୟୀ ହୋଇଥିବା କହିଛନ୍ତି। ରାଜ୍ୟପାଳଙ୍କ ନିଷ୍ପତ୍ତି ସମ୍ବିଧାନ ବିରୋଧୀ ଏବଂ ଆଇନ ବିରୋଧୀ। ସେ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବେ। ବିରୋଧୀ ଦଳ ତାଙ୍କ ଇସ୍ତଫା ଦାବି କରିଥିବାବେଳେ ସେ କୌଣସି ଭୁଲ୍‌ କରି ନ ଥିବାରୁ ଇସ୍ତଫା ଦେବାର ପ୍ରଶ୍ନ ଉଠୁନାହିଁ। ସମ୍ପୂର୍ଣ୍ଣ କ୍ୟାବିନେଟ, ଦଳ ହାଇକମାଣ୍ଡ, ସମସ୍ତ ବିଧାୟକ, ବିଧାନ ପରିଷଦ ସଦସ୍ୟ, ଲୋକ ସଭା ଓ ରାଜ୍ୟ ସଭା ସଦସ୍ୟମାନେ ତାଙ୍କ ସହ ରହିଥିବା ସିଦ୍ଦାରାମାୟା ବେଙ୍ଗାଲୁରୁଠାରେ ଖବରଦାତାମାନଙ୍କୁ କହିଛନ୍ତି। ଗଣତାନ୍ତ୍ରିକ ଭାବେ ନିର୍ବାଚିତ ସରକାରକୁ ଭାଙ୍ଗିଦେବା ପାଇଁ ଭାଜପା, ଜେଡିଏସ୍‌ ଏବଂ ଅନ୍ୟମାନେ ଷଡ଼ଯନ୍ତ୍ର ଚଳାଇଥିବା ସେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ କର୍ନାଟକର କଂଗ୍ରେସ ସରକାର ଏବଂ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟାଙ୍କ ଦୁର୍ନୀତିର ଯଥେଷ୍ଟ ପ୍ରମାଣ ଓ ରେକର୍ଡ ରହିଥିବା ଭାଜପା କହିବା ସହ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛି।
ସିଦ୍ଦାରାମାୟାଙ୍କୁ ସମର୍ଥନ ଜଣାଇ କଂଗ୍ରେସ କହିଛି, ରାଜ୍ୟପାଳ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ ଏବଂ ପୂର୍ବତନ ମନ୍ତ୍ରୀ ଶଶିକଳା ଜୋଲେ ଏବଂ ମୁରୁଗେଶ ନିରାନିଙ୍କ ବିରୋଧରେ ତଦନ୍ତ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟପାଳ ବିଳମ୍ବ କରୁଛନ୍ତି। ଅଥଚ ଏକ ଭିତ୍ତିହୀନ ଘରୋଇ ଅଭିଯୋଗ ଆଧାରରେ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟାଙ୍କ ବିରୋଧରେ ମକଦ୍ଦମା ଚଳାଇବାକୁ ଅତି ତରବରିଆ ଭାବେ ନିଷ୍ପତ୍ତି ନେବା ଘଟଣାରୁ ରାଜନୈତିକ ଉଦ୍ଦେଶ୍ୟମୂଳକ ଷଡ଼ଯନ୍ତ୍ର ଥିବା ସ୍ପଷ୍ଟ ବାରି ହେଉଛି ବୋଲି କଂଗ୍ରେସ କହିଛି।

ଏମ୍‌ୟୁଡିଏ ଦୁର୍ନୀତି କ’ଣ

ମହୀଶୂର ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷ (ଏମ୍‌ୟୁଡିଏ) ଦ୍ୱାରା ଜମି ଆବଣ୍ଟନରେ ଅନିୟମିତତାକୁ ନେଇ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟାଙ୍କ ବିରୋଧରେ ମକଦ୍ଦମା ଚଳାଇବାକୁ ରାଜ୍ୟପାଳ ନିଷ୍ପତ୍ତି ନେଇଛନ୍ତି। ଫଳରେ ସିଦ୍ଦାରାମାୟା ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି। ସିଦ୍ଦାରାମାୟାଙ୍କ ପୂର୍ବ ପାଳି ସରକାର ସମୟରେ ତାଙ୍କ ସ୍ତ୍ରୀ ବି.ଏମ୍‌. ପାର୍ବତୀଙ୍କୁ କ୍ଷତିପୂରଣ ସ୍ବରୂପ ଜମି ଆବଣ୍ଟନ କରାଯାଇଥିଲା, ଯାହାକୁ ନେଇ ବିବାଦ ଦେଖାଦେଇଛି। ବେଆଇନ ଭାବେ ଏହି ଜମି ଆବଣ୍ଟନ ଯୋଗୁ ରାଜ୍ୟ ରାଜକୋଷର ବହୁକୋଟି ଟଙ୍କା କ୍ଷତି ହୋଇଥିବା ସାମାଜିକ କର୍ମୀମାନେ ଅଭିଯୋଗ କରିଛନ୍ତି। ଏହି ମାମଲାରେ ଏମ୍‌ୟୁଡିଏ ଏବଂ ରାଜସ୍ବ ବିଭାଗର ଶୀର୍ଷ ଅଧିକାରୀମାନଙ୍କୁ ଅଭିଯୁକ୍ତ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ୩ ଆକ୍ଟିଭିଷ୍ଟ ପ୍ରଦୀପ କୁମାର, ଟି.ଜେ. ଆବ୍ରାହମ ଏବଂ ସ୍ନେହମୟୀ କ୍ରିଷ୍ଣା ରାଜ୍ୟପାଳ ଥାଓ୍ବରଚାନ୍ଦ ଗେହଲଟ୍‌ଙ୍କୁ ନିବେଦନ କରିଥିଲେ।

ସୂଚନାଯୋଗ୍ୟ, ଗତ ଜୁଲାଇରେ ଲୋକାୟୁକ୍ତ ପୋଲିସ ନିକଟରେ ଦାଏର ଅଭିଯୋଗରେ ଦର୍ଶାଯାଇଥିଲା ଯେ, ମହୀଶୂରରେ ସିଦ୍ଦାରାମାୟାଙ୍କ ସ୍ତ୍ରୀ ବି.ଏମ୍‌. ପାର୍ବତୀଙ୍କୁ ତାଙ୍କ ଘର ପାଖରେ ଥିବା ନିକଟରେ ୧୪ଟି ଜମି ପ୍ଲଟ୍‌ ବେଆଇନ ଭାବେ ମଞ୍ଜୁର କରାଯାଇଛି। ଏଥିପାଇଁ ରାଜ୍ୟ ରାଜକୋଷରୁ ୪୫ କୋଟି ଟଙ୍କା କ୍ଷତି ହୋଇଛି। ଅଭିଯୋଗରେ ସିଦ୍ଦାରାମାୟାଙ୍କ ସମେତ ତାଙ୍କ ସ୍ତ୍ରୀ, ପୁଅ ଏସ୍‌. ଯଥୀନ୍ଦ୍ର ଏବଂ ଏମ୍‌ୟୁଡିଏର ବରିଷ୍ଠ ଅଧିକାରୀମାନଙ୍କ ନାମ ରହିଥିଲା। ଉକ୍ତ ଅଭିଯୋଗ ଆଧାରରେ ସପ୍ତାହେ ମଧ୍ୟରେ ଜବାବ ଦାଖଲ କରିବା ପାଇଁ ରାଜ୍ୟପାଳ ଗତ ମାସରେ ମୁଖ୍ୟମନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଥିଲେ। ତାଙ୍କ ବିରୋଧରେ କ’ଣ ପାଇଁ ମକଦ୍ଦମା ନ ଚାଲିବ ଜଣାଇବାକୁ କୁହାଯାଇଥିଲା। ତେବେ ମକଦ୍ଦମା ନ ଚଳାଇବା ଲାଗି ରାଜ୍ୟପାଳଙ୍କୁ ଜଣାଇବା ପାଇଁ ରାଜ୍ୟ କ୍ୟାବିନେଟ୍‌ରେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। କାରଣ ଦର୍ଶାଅ ନୋଟିସ ପ୍ରତ୍ୟାହାର କରିନେବାକୁ କୁହାଯିବା ସହ ରାଜ୍ୟପାଳଙ୍କ ସାମ୍ବିଧାନିକ କାର୍ଯ୍ୟାଳୟର ଦୁରୁପଯୋଗ ହେଉଥିବା କ୍ୟାବିନେଟ ଅଭିଯୋଗ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ତିରୁପତି ଲଡୁ ବିବାଦକୁ ନେଇ ପଓ୍ବନ କଲ୍ୟାଣଙ୍କ ବଡ଼ ବୟାନ, କହିଲେ ସନାତନ ଧର୍ମ ପାଇଁ…

ହାଇଦ୍ରାବାଦ,୨୦ା୯: ତିରୁପତି ଭେଙ୍କଟେଶ୍ୱରଙ୍କ ମନ୍ଦିର ପ୍ରସାଦ ତିଆରି ପାଇଁ ବ୍ୟବହୃତ ଘିଅରେ ପଶୁ ଚର୍ବି ମିଳିଛି। ଶାସକ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଦାବି କରିଛି...

ଚୌକା-ଛକା ବର୍ଷା କଲେ ଭାରତର ବଡ଼ ଶତ୍ରୁ: ବିସ୍ଫୋରକ ଅନ୍ଦାଜ୍‌ରେ ଜିତାଇଲେ ମ୍ୟାଚ୍‌

ଲଣ୍ଡନ,୨୦।୯: ଅଷ୍ଟ୍ରେଲିଆ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛି। ଏଠାରେ ଉଭୟଙ୍କ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯାଉଛି। ଏହି ସିରିଜର ପ୍ରଥମ ମ୍ୟାଚ...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୦।୮:ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ୪ର୍ଥ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର...

ରିଲାଏନ୍ସ ଡିଜିଟାଲରେ ଆଇଫୋନ୍‌ ୧୬ ରେଞ୍ଜ

ମୁମ୍ବାଇ,୨୦।୯(ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ରିଲାଏନ୍ସ ଗ୍ରୁପ୍‌ର ଅଗ୍ରଣୀ ପ୍ଲାଟ୍‌ଫର୍ମ ‘ରିଲାଏନ୍ସ ଡିଜିଟାଲ’ରେ ବହୁ ପ୍ରତୀକ୍ଷିତ ଆଇଫୋନ୍‌-୧୬ର ସମସ୍ତ ଭାରିଆଣ୍ଟ (ରେଞ୍ଜ) ଉପଲବ୍ଧ...

ମହିଳାଙ୍କ ମୁହଁରେ ହସ ଫୁଟାଇବେ ଭାଜପା ସରକାର: ମହିଳାଙ୍କୁ ମିଳିବ ୨,୧୦୦ ଟଙ୍କା

ରୋହତକ,୨୦ା୯:ହରିୟାଣାରେ ଭାଜପା ପୁନର୍ବାର କ୍ଷମତାସୀନ ହେଲେ ମହିଳାମାନଙ୍କୁ ମାସିକ ୨,୧୦୦ ଟଙ୍କା ଓ କୃଷକଙ୍କୁ ୨୪ ଫସଲ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ପ୍ରଦାନ...

ହଠାତ୍‌ ନିଜ ସାଙ୍ଗକୁ ଭେଟିଲେ ରାହୁଲ ଗାନ୍ଧୀ, କାରଣ ଜାଣିଲେ…

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ତଥା ଏମ୍‌ପି ରାହୁଲ ଗାନ୍ଧୀ ଶୁକ୍ରବାର ସକାଳେ ହରିୟାଣାର କର୍ଣ୍ଣଲ ଜିଲାରେ ପହଞ୍ଚିଛନ୍ତି। ସେ ଭୋର୍‌ ସମୟରେ ଘୋଗଦୀପୁର ଗ୍ରାମକୁ ଆସିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri