ଏଭଳି ହେଉଛି କି, ଶୀଘ୍ର ପିଲାଙ୍କୁ ନିଅନ୍ତୁ ହସ୍ପିଟାଲ…

ନୂଆଦିଲ୍ଲୀ,୧୭।୪: ଦେଶରେ କରୋନା ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି। ନୂଆ ଷ୍ଟ୍ରେନ୍‌ର ନୂଆ ଲକ୍ଷଣ ଏବଂ ୩ ଗୁଣା ଅଧିକ ବେଗରେ ସଂକ୍ରମଣ ହେଉଥିବା ନେଇ ବିଶେଷଜ୍ଞ ବେଶ୍‌ ଚିନ୍ତାରେ ପଡ଼ିଛନ୍ତି। ନୂଆ ଷ୍ଟ୍ରେନ୍‌ ଟାର୍ଗେଟରେ ଏବେ ଛୋଟପିଲା ରହିଛନ୍ତି। ଅଧିକ ସଂଖ୍ୟକ ଛୋଟପିଲା ନୂଆ ଷ୍ଟ୍ରେନ ଦ୍ୱାରା ଆକ୍ରାନ୍ତ ହେଉଛନ୍ତି। ଗତ ୨ ମାସ ମଧ୍ୟରେ ୮୦ ହଜାର ଛୋଟପିଲା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପିଲାଙ୍କଠାରେ ଡାଇରିଆ, ବାନ୍ତି ହେବା, ପେଟ ଯନ୍ତ୍ରଣା, ଜ୍ୱର, ନିଶ୍ୱାସ ନେବାରେ ସମସ୍ୟା, କାଶ, ନାକରୁ ବହିବା, ଭୋକ ନ ହେବା, ଥକାପଣ ଆଦି ଲକ୍ଷଣ ଦେଖାଦେଲେ ସେମାନଙ୍କୁ ଶୀଘ୍ର ହସ୍ପିଟାଲକୁ ନେବା ଆବଶ୍ୟକ। ଏସବୁ କରୋନା ଲକ୍ଷଣ ହୋଇପାରେ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି।

Share