Categories: ଜାତୀୟ

ଏହା କ’ଣ ମୋଦି ସରକାରଙ୍କ ଆଛେ ଦିନ୍‌, ପାକିସ୍ତାନ ବି ଭାରତଠାରୁ ଆଗରେ, ଆରଜେଡ଼ିର କଟାକ୍ଷ…

ପାଟନା,୧୫।୧୦ : ବିଶ୍ୱ କ୍ଷୁଧା ସୂଚକାଙ୍କରେ (ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ)-୨୦୨୨ରେ ଭାରତ ୧୨୧ଟି ଦେଶର ମଧ୍ୟରେ ପୂର୍ବର ୧୦୧ ସ୍ଥାନରୁ ୧୦୭ ତମ ସ୍ଥାନକୁ ଖସି ଆସିଛି। ସୂଚକାଙ୍କ ପ୍ରକାଶ କରିଥିବା ସଂଗଠନ ଅନୁଯାୟୀ ଏହି ତାଲିକାରେ ଶ୍ରୀଲଙ୍କା ୬୪ ତମ ସ୍ଥାନରେ, ନେପାଳ ୮୧, ବାଂଲାଦେଶ ୮୪ଏବଂ ପାକିସ୍ତାନ ୯୯ ତମ ସ୍ଥାନରେ ରହିଛି। ଦକ୍ଷିଣ ଏସିଆରେ କେବଳ ଆଫଗାନିସ୍ତାନ ଭାରତ ପଛରେ ରହିଛି। ଏହି ସୂଚକାଙ୍କରେ ଆଫଗାନିସ୍ତାନ ୧୦୯ ସ୍ଥାନରେ ଅଛି। ସୁଦାନ, ଇଥୋପିଆ, ରୁୱାଣ୍ଡା, ନାଇଜେରିଆ, କେନିଆ, ଗାମ୍ବିଆ, ନାମ୍ବିଆ, କାମ୍ବୋଡିଆ, ମ୍ୟାନମାର, ଘାନା, ଇରାକ, ଭିଏତନାମ, ଲେବାନନ, ଗୁଏନା, ୟୁକ୍ରେନ ଏବଂ ଜାମାଇକା ଭଳି ଦେଶ ମଧ୍ୟ ଏହି ସୂଚକାଙ୍କରେ ଭାରତଠାରୁ ବହୁ ଉଚ୍ଚ ସ୍ଥାନରେ ଅଛନ୍ତି।

ଏହାକୁ ନେଇ ଆରଜେଡି ଅଧ୍ୟକ୍ଷ ଲାଲ ଯାଦବ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି ଏହା କ’ଣ ଆପଣଙ୍କର ଆଛେ ଦିନ୍‌ ? ଏହା ପ୍ରକୃତରେ ଆପଣଙ୍କର କଳ୍ପନାର ଆଛେ ଦିନ। ଏହି ତାଲିକାରେ ପାକିସ୍ତାନ ମଧ୍ୟ ଭାରତଠାରୁ ଆଗରେ ରହିଛି। ଏହାଠାରୁ ଲଜ୍ୱା ଜନକ ଘଟଣା ଆଉ କିଛି ନାହିଁ। ସରକାର ଦେଶର ସବୁ କେବଳ ନିଜର ପୁଞ୍ଜିପତି ଏବଂ ଶିଳ୍ପପତି ମିତ୍ରଙ୍କୁ ବିକ୍ରି କରି ଚାଲଛନ୍ତି ବୋଲି ଲାଲୁ ଅଭିଯୋଗ କରିଛନ୍ତି।

Share