ଦିଶାଙ୍କଠାରୁ ଅଲଗା ହେବା ପରେ ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଛନ୍ତି ଟାଇଗର !

ବମ୍ବେ: କିଛି ଦିନ ତଳେ ଅଭିନେତ୍ରୀ ଦିଶା ପଟାନୀଙ୍କ ସହ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ବ୍ରେକ୍‌ଅପ୍‌ ହୋଇଥିବା ଖବର ଚର୍ଚ୍ଚାର ବିଷୟ ପାଲଟିଥିଲା। ହେଲେ ଉଭୟଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ଦେଖି ଏସବୁ ଗୁଜବ ପରି ମନେ ହୋଇଥିଲା। ହେଲେ ଟାଇଗରଙ୍କ ଲଭ୍‌ ଲାଇଫ୍‌କୁ ନେଇ ଏବେ ବଡ଼ ଖବର ସାମ୍ନାକୁ ଆସିଛି। ଦିଶାଙ୍କଠାରୁ ଅଲଗା ହେବା ପରେ ଏବେ ଟାଇଗର ଅଭିନେତ୍ରୀ ଆକାଂକ୍ଷା ଶର୍ମାଙ୍କୁ ଡେଟ୍‌ କରୁଥିବା କୁହାଯାଉଛି। ପୂର୍ବରୁ ଉଭୟ ମ୍ୟୁଜିକ୍‌ ଭିଡିଓରେ କାମ କରିଛନ୍ତି। କଥାଟି କେତେ ସତ କେତେ ମିଛ ତାହା ଜଣାପଡ଼ି ନ ଥିଲେ ହେଁ ଆଗାମୀ ଦିନରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ପ୍ରଶଂସକ ମତ ରଖୁଛନ୍ତି।

Share