Categories: ଜାତୀୟ

ଦକ୍ଷିଣ ଭାରତରେ ଆଇଏସ୍‌ ଟ୍ରେନିଂ କ୍ୟାମ୍ପ୍‌-ଲଞ୍ଚପ୍ୟାଡ୍‌, ସତର୍କ ସୂଚନା ଜାରି କଲା ଏନ୍‌ଆଇଏ…

ନୂଆଦିଲ୍ଲୀ,୨୦।୯: ଦଦକ୍ଷିଣ ଭାରତରେ ଆଇଏସ୍‌ ଆତଙ୍କବାଦୀ ଟ୍ରେନିଂ କ୍ୟାମ୍ପ୍‌ ଧୀରେଧୀରେ ବିସ୍ତାର ହେଉଛି। ସେହିପରି ଏଠାରେ ଲଞ୍ଚ୍‌ପ୍ୟାଡ୍‌ ସକ୍ରିୟ ହେବା ଆରମ୍ଭ କରିଛି। ଏନେଇ ଏନ୍‌ଆଇଏ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦକ୍ଷିଣ ଭାରତର ଜଙ୍ଗଲରେ ଟ୍ରେନିଂ କ୍ୟାମ୍ପ୍‌ ଆରମ୍ଭ କରାଯିବା ସହିତ ଆତ୍ମଘାତୀ ଜେହାଦୀ ଆକ୍ରମଣ ଲାଗି ଷଡ଼ଯନ୍ତ୍ର ରଚାଯାଉଥିବା ଏନ୍‌ଆଇଏ ଦ୍ୱାରା ଜାରି ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଆତଙ୍କବାଦୀ ସଂଗଠନରେ ଭର୍ତ୍ତି କରିବା ଲାଗି ଯୁବକଙ୍କୁ ଆବଶ୍ୟକ ସାମଗ୍ରୀ ଅନ୍‌ଲାଇନ୍‌ରେ ଯୋଗାଇ ଦିଆଯାଉଛି। କେରଳରେ ଆଇଏସ୍‌ ଆତଙ୍କବାଦୀ ସଂଗଠନ ଅଧିକ ସକ୍ରିୟ ହେବା ଆରମ୍ଭ କରିଥିବା ଏନ୍‌ଆଇଏ କହିଛି। ଏସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଏନ୍‌ଆଇଏ ପକ୍ଷରୁ ଆବଶ୍ୟକୀୟ ସୂଚନା ମଧ୍ୟ ପ୍ରଦାନ କରାଯାଇଛି।

 

Share