ଘଣ୍ଟା ଘଣ୍ଟା ଧରି ମାସ୍କ ପିନ୍ଧିବା ଦ୍ୱାରା ଶରୀରକୁ କମ୍‌ ମିଳେ? ଜାଣନ୍ତୁ କ’ଣ ସତ..

କରୋନା କାଳରେ ସାମାଜିକ ଦୂରତା ସହ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ହେଲେ ମାସ୍କ ପରିଧାନକୁ ନେଇ ଅନେକ ପ୍ରକାର ଗୁଜବ ଶୁଣିବାକୁ ମିଳୁଛି। ଯେପରିକି, ଘଣ୍ଟା ଘଣ୍ଟା ଧରି ମାସ୍କ ପିନ୍ଧିବା ଦ୍ୱାରା ଶରୀରକୁ ଅକ୍ସିଜେନ୍‌(ଅମ୍ଳଜାନ) କମ୍‌ ମିଳିଥାଏ। ଯଦି ଆପଣଙ୍କ ମନରେ ଏଭଳି ପ୍ରଶ୍ନ ରହିଛି, ତେବେ ସେ ବିଷୟରେ ଜାଣନ୍ତୁ…

ବିଶ୍ୱସ୍ତରୀୟ ମହାମାରୀକୁ ନେଇ ଏପରି ଗୁଜବ ଉଠୁଥିବା ବେଳେ ବ୍ରିଟେନର ଜଣେ ଡାକ୍ତର ନିଜେ ଏହାର ପ୍ରାକ୍ଟିକାଲ୍‌ କରି ଦେଖାଇଛନ୍ତି। ଆଇସିୟୁରେ କାମ କରୁଥିବା ଡାକ୍ତର ଟମ୍‌ ଲୋଟନ୍‌ ତିନି ଥାକ ବିଶିଷ୍ଟ ମାସ୍କ ପିନ୍ଧି ୩୫ କିମି ଦେଡିଥିଲେ। ଏହି ସମୟରେ ଏକ ଯନ୍ତ୍ର ସାହାଯ୍ୟରେ ନିଜ ଶରୀରର ଅମ୍ଳଜାନ ସ୍ତରକୁ ସେ ଯାଞ୍ଚ କରିଥିଲେ। ଶେଷକୁ ଏହା ନିଷ୍କର୍ସ ବାହାରିଲା ଯେ, ମାସ୍କ ପିନ୍ଧିବା ଦ୍ୱାରା ଅକ୍ସିଜେନ୍‌ସ୍ତର କମ୍‌ ହେଉନାହିଁ। କାରଣ ପୁରା ଦୈାଡ଼ ସମୟରେ ଟମ୍‌ଙ୍କ ଶରୀରରେ ଅମ୍ଳଜାନସ୍ତର ୯୮% ଥିବା ଜଣାପଡ଼ିଥିଲା। ଏଣୁ ମାସ୍କ ପିନ୍ଧିବା ନିହାତି ଆବଶ୍ୟକ। କୌଣସି ଗୁଜବରେ ପ୍ରଭାବିତ ହୋଇ ମାସ୍କ ନ ପିନ୍ଧିବା ଦ୍ୱାରା କରୋନାକୁ ନିମନ୍ତ୍ରଣ ଦେଇପାରନ୍ତି ବୋଲି ଡାକ୍ତରଜଣଙ୍କ ଚେତାଇଛନ୍ତି। ଏହାଛଡ଼ା ସୋସିଆଲ ମିଡିଂଆ ଗୁଜବଠାରୁ ଯେତେ ସମ୍ଭବ ଦୂରରେ ରୁହନ୍ତୁ ବୋଲି ସେ କହିଛନ୍ତି। ମାସ୍କ ପିନ୍ଧିବା ଦ୍ୱାରା ହାଇପୋକ୍ସିଆ ହୋଇ ନ ଥାଏ। ଏହାଦ୍ୱାରା ମସ୍ତିଷ୍କ ଏବଂ ହୃଦୟ ଉପରେ କୌଣସି ପ୍ରଭାବ ପଡ଼ି ନ ଥାଏ ବୋଲି କୁହାଯାଇଛି।