Categories: ଜାତୀୟ

ଯୋଗୀ କ’ଣ ପରବର୍ତ୍ତୀ ପିଏମ୍‌ ? ଭାଜପା ସଂସଦୀୟ ବୋର୍ଡ ସଦସ୍ୟ ହେବା ନେଇ ଚର୍ଚ୍ଚା…

ନୂଆଦିଲ୍ଲୀ, ୧୧।୪ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାସ୍ତାରେ ଯାତ୍ରା ଆରମ୍ଭ କରିଛନ୍ତି। ସୋମବାର ଯୋଗୀ ଦିଲ୍ଲୀ ଯାଉଛନ୍ତି। ଉତ୍ତରପ୍ରଦେଶରେ ଭାଜପାର ଦ୍ୱିତୀୟ ଥର ବିଜୟ ପରେ ପୁରସ୍କାର ଭାବେ ତାଙ୍କୁ ଭାଜପା ସଂସଦୀୟ ବୋର୍ଡ ସଦସ୍ୟତା ପ୍ରଦାନ କରାଯିବାର ଚର୍ଚ୍ଚାହେଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ତାଙ୍କୁ ଭାଜପା ସଂସଦୀୟ ବୋର୍ଡ ସଦସ୍ୟତା ମିଳିଥିଲା। ଏହାପରେ ସେ ପ୍ରଧାନମନ୍ତ୍ରୀ ହୋଇଥିଲେ। ସମ୍ପ୍ରତି ଯୋଗୀଙ୍କୁ ଭାଜପାରେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଦୌଡ଼ରେ ଆଗରେ ରହିଥିବା ନେଇ ଚର୍ଚ୍ଚା ହେଉଛି।

ଏହା ପୂର୍ବରୁ ଶିବରାଜ ସିଂ ଚୌହ୍ବାନ ସଂସଦୀୟ ବୋର୍ଡ ସଦସ୍ୟ ଭାବେ ସାମିଲ ହୋଇ ସାରିଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ବରାଜ ଏବଂ ଅରୁଣ ଜେଟଲୀଙ୍କ ମୃତ୍ୟୁ ପରେ ସଂସଦୀୟ ବୋର୍ଡ ସଦସ୍ୟ ଖାଲି ପଡ଼ିଥିବାରୁ ଯୋଗୀଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯିବ ବୋଲି ଆଲୋଚନା ହେଉଛି।

ଯୋଗୀ ଆଦିତ୍ୟନାଥଙ୍କୁ ସଂସଦୀୟ ବୋର୍ଡର ସଦସ୍ୟ କରିବାକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। କାରଣ ସବୁଠାରୁ ବଡ ପ୍ରଶ୍ନ ହେଉଛି ଯେ, ଭାଜପାରେ ନରେନ୍ଦ୍ର ମୋଦିଙ୍କ ପରେ କିଏ ପ୍ରଧାନମନ୍ତ୍ରୀ ଡୋର ଧରିବେ। ଏହାକୁ ନେଇ ଦଳ ଭିତରେ ଏବଂ ବାହାରେ ଚର୍ଚ୍ଚା ଜାରି ରହିଛି।

ଏକ୍ଷେତ୍ରରେ ଯୋଗୀ ଆଦିତ୍ୟନାଥ ଦୌଡ଼ରେ ଆଗରେ ଅଛନ୍ତି ବୋଲି ଚର୍ଚ୍ଚା ଚାଲିଛି। ସେ ଲଗାତାର ଦ୍ୱିତୀୟ ଥର ପାଇଁ ଲୋକ ସଭାକୁ ୮୦ ଆସନ ଦେଉଥିବା ଉତ୍ତରପ୍ରଦେଶରେ ବିଜୟ ରେକର୍ଡ ସୃଷ୍ଟି କରିବା ପରେ ପ୍ରଧାନମନ୍ତ୍ରୀ ପଦବୀ ନେଇ ତାଙ୍କର ଦାବି ଅଧିକ ଶକ୍ତିଶାଳୀ ହୋଇଛି। ବର୍ତ୍ତମାନ ତାଙ୍କୁ ସଂସଦୀୟ ବୋର୍ଡର ସଦସ୍ୟ କରିବା ପରେ ରାଜନତିକ ସମୀକ୍ଷକମାନେ ଯୋଗୀ ମୋଦିଙ୍କ ପଦାନୁସରଣ କରୁଥିବାନେଇ ମତପୋଷଣ କରିଛନ୍ତି।

Share