Categories: ଜାତୀୟ

ଆପଣଙ୍କ ଘର ହାଇଓ୍ବେ ଉପରେ କି? ମିଳିବ ଏତେ ସୁବିଧା, ମାଗଣାରେ କରିପାରିବେ ଯାତ୍ରା

ନୂଆଦିଲ୍ଲୀ,୧୨।୯: ଦେଶରେ ଟୋଲ୍‌ପ୍ଲାଜାରେ ଟୋଲ୍‌ ଆଦାୟ କରିବାକୁ ନେଇ ନୂଆ ସିଷ୍ଟମ ଆରମ୍ଭ ହୋଇଛି। ଏହି ସିଷ୍ଟମ ସିଧା ସାଟେଲାଇଟ୍‌ରୁ କାମ କରିବ। ଯେଉଁ ଗାଡିରେ ଏହି ସିଷ୍ଟମ ଲଗାଯାଇଥିବ ତାକୁ ଗୌଣସି ବି ଟୋଲ୍‌ଗେଟ୍‌ରେ ଅପେକ୍ଷା କରିବାକୁ ପଡିବନି। ନା ଅପେକ୍ଷା କରିବାକୁ ପଡିବ ନା ଟୋଲ୍‌ ଦେବାକୁ ପଡିବ। ତେବେ ଜାଣନ୍ତୁ ଏହି ନୂଆ ସିଷ୍ଟମ ଆସିବା ପରେ ଟୋଲ୍‌ରେ ଟଙ୍କା କିପରି କଟିବ କିମ୍ବା ଯେଉଁମାନଙ୍କର ହାଇଓ୍ବେ ଉପରେ ଘର ସେମାନଙ୍କୁ କି ପ୍ରକାର ସୁବିଧା ମିଳିବ।

ତେବେ ଏହି ନୂଆ ନିୟମ କର୍ମସିଆଲ ଗାଡିମାନଙ୍କରେ ଆରମ୍ଭ କରାଯିବ। ଏହାପରେ ପ୍ରାଇଭେଟ୍‌ ଗାଡିଗୁଡିକରେ ଏହି ସୁବିଧା ଉପଲବ୍ଧ ହେବ। ତେବେ ଫାଷ୍ଟ ଟ୍ୟାଗ୍‌ ଶେଷ ହେବା ପାଇଁ ବହୁତ ସମୟ ଲାଗିବ। ନୂଆ ନିୟମ ଆରମ୍ଭ ହେବା ପୂର୍ବରୁ ହାଇବ୍ରିଡ୍‌ ସିଷ୍ଟମ ଜାରି ରହିବ।

ତେବେ ସବୁଠାରୁ ବଡ଼ କଥା ହେଉଛି ଯେଉଁମାନଙ୍କର ଘର ହାଇଓ୍ବେ ଉପରେ ରହିଛି ସେମାନଙ୍କୁ ସରକାର ବଡ଼ ସୁବିଧା ଦେବାକୁ ଯାଉଛନ୍ତି। ଅର୍ଥାତ୍‌ ସେମାନେ ୨୦କିଲୋମିଟର ଯାଏଁ ମାଗଣାରେ ଯାତ୍ରା କରିପାରିବେ। ଯଦି ହାଇଓ୍ବେରେ ୨୦ କିମିରୁ ଅଧିକ ଗାଡି ଚଳାଇବା ପରେ ତାଙ୍କୁ ଟୋଲ୍‌ ଦେବାକୁ ପଡିବ।

Share