ମୁଖ ଦୁର୍ଗନ୍ଧ ହେଉଛି କି?

ଅନେକଙ୍କଠାରେ ମୁଖରୁ ଦୁର୍ଗନ୍ଧ ବାହାରିବା ସମସ୍ୟା ଦେଖାଯାଇଥାଏ। ବେଳେବେଳେ ଏହି ସମସ୍ୟା ସେମାନଙ୍କୁ ଅନେକ ଅସୁବିଧାରେ ପକାଇଥାଏ। କାହା ସହ କଥା ହେଲାବେଳେ ସେମାନଙ୍କୁ ବେଶ୍‌ ସାବଧାନତାର ସହ ଟିକେ ଦୂରେଇକି କଥା ହେବାକୁ ହୋଇଥାଏ; ଯେମିତିକି ସମ୍ମୁଖରେ ଥିବା ଲୋକ କିଛି ବି ଅସହଜ ଅନୁଭବ ନ କରନ୍ତୁ। ତେବେ ଏଥିରୁ କେମିତି ମୁକ୍ତି ପାଇହେବ ଜାଣନ୍ତୁ ସେ ସମ୍ପର୍କରେ…
* ମୁଖରୁ ଦୁର୍ଗନ୍ଧ ବାହାରୁଥିଲେ, ପାନମଧୁରୀ ହେଉ କିମ୍ବା ଗୁଜୁରାତି ଖାଇଲେ ଏହି ସମସ୍ୟାରୁ କେତେକାଂଶରେ ମୁକ୍ତି ମିଳିଥାଏ। ପାଚନକ୍ରିୟାରେ ବି ଏହା ଅନେକ ସହାୟକ ହୋଇଥାଏ।
* ପୁଦିନା ପତ୍ର ବି ଚୋବାଇଲେ ମୁଖ ଦୁର୍ଗନ୍ଧ ଦୂର ହୋଇଥାଏ। ଏଥିରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ମୁଖରେ ଦୁର୍ଗନ୍ଧ ସୃଷ୍ଟି କରୁଥିବା ବ୍ୟାକ୍ଟେରିଆକୁ ନଷ୍ଟ କରିବା ସହ ଫ୍ରେଶ୍‌ନେସ୍‌ ଆଣିଥାଏ।
* ଲବଙ୍ଗ ଚୋବାଇଲେ ଏହି ସମସ୍ୟାରୁ ଅନେକାଂଶରେ ଫାଇଦା ମିଳିଥାଏ।
* ନିମ୍ବକାଠିରେ ଦାନ୍ତ ଘଷିଲେ ମୁଖ ଦୁର୍ଗନ୍ଧ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି।
* ଲେମ୍ବୁପାଣିରେ କୁଳୁକୁଞ୍ଚା କଲେ ବି ମୁଖ ଦୁର୍ଗନ୍ଧ ଦୂର ହୋଇଥାଏ। କାରଣ ଲେମ୍ବୁରେ ଭରି ରହିଥିବା ଆଣ୍ଟିସେପ୍ଟିକ୍‌ ତଥା ଆଣ୍ଟି ବ୍ୟାକ୍ଟେରିଆଲ୍‌ ଗୁଣ ମୁଖ ଭିତରେ ଦୁର୍ଗନ୍ଧ ସୃଷ୍ଟି କରାଉଥିବା ବ୍ୟାକ୍ଟେରିଆର ବଂଶବୃଦ୍ଧିକୁ ନିୟନ୍ତ୍ରଣରେ ରଖିବାରେ ସହାୟକ ହୋଇଥାଏ।