ଝିଅ ସହ ର‌୍ୟାମ୍ପରେ ଚାଲିଲେ ଇଶା କୋପିକର

ମୁମ୍ବାଇ: ବମ୍ବେ ଟାଇମ୍ସ ଫ୍ୟାଶନ ୱିକ ୨୦୨୨ର ଦ୍ୱିତୀୟ ସିଜନ ଶେଷ ହୋଇଛି । ଫ୍ୟାଶନ ୱିକର ପ୍ରଥମ ଦିନରେ ଗ୍ଲାମରସ ଓ ଇଣ୍ଡିଆନ ଆଉଟଫିଟରେ ଖୁବ୍ ଭଲ ପ୍ରଦର୍ଶନରୁ ଆରମ୍ଭ ହୋଇଥିଲା । ଏଥିରେ ବଲିଉଡ ଇଣ୍ଡଷ୍ଟ୍ରିର ବହୁ ଆକ୍ଟ୍ରେସଙ୍କୁ ଦେଖିବାକୁ ମିଳିଥିଲା ହେଲେ ଦ୍ୱିତୀୟ ଦିନ ବଲିଉଡର ଖଲ୍ଲାସ ଗର୍ଲ ଅର୍ଥାତ୍ ଆକ୍ଟ୍ରେସ ଇଶା କୋପିକର ଶୋଷ୍ଟପର ହୋଇଯାଇଥିଲେ । ଇଶା ଝିଅ ରିୟାନାଙ୍କ ସହ ର‌୍ୟାମ୍ପରେ ଚାଲିଥିଲେ । ଅଭିନେତ୍ରୀ ପିଚ କଲର ଗାଉନରେ ଷ୍ଟଣ୍ଟିଂ ଲାଗୁଥିଲେ ।
ମିନିମମ ମେକଅପ ସହ ଗ୍ରୀନ କଲର ଜୁଲଲାରୀରେ ଇଶା ଖୁବ୍ ସୁନ୍ଦର ଲାଗୁଥିଲେ । ଆଉ ରିୟାନା ମମିଙ୍କ ପରି ଗାଉନ ପିନ୍ଧିବା ସହ ମୁଣ୍ଡରେ ମୁକୁଟ ପିନ୍ଧି ପୂରା ପରି ଭଳି ଲାଗୁଥିଲେ । ଏବେ ଇଶା ଓ ରିୟାନାଙ୍କ ଏହି ଫଟୋକୁ ଦର୍ଶକେ ବେଶ ପସନ୍ଦ କରୁଛନ୍ତି । ସୂଚନାଯୋଗ୍ୟ, ୨୦୦୯ରେ ଇଶା ବିଜନେସମ୍ୟ।।ନ ଟିମ୍ମି ନାରଙ୍ଗଙ୍କୁ ବିବାହ କରିଥିଲେ । ଏମାନଙ୍କୁ ସାକ୍ଷାତ୍ କରାଇଥିଲେ ପ୍ରତି ଜିଣ୍ଟା । ଇଶାଙ୍କର ଏବେ ଏକମାତ୍ର ସନ୍ତାନ ହେଉଛନ୍ତି ରିୟାନା ।

Share