ରାଗରେ ଏହି ଅଭିନେତ୍ରୀଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ ଇଶା, ଆଉ ତା’ ପରେ

ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀମାନଙ୍କ ମଧ୍ୟରେ ଝଗଡା ସାଧାରଣ କଥା। ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ଛୋଟଛୋଟ ମନୋମାଳିନ୍ୟ ଲାଗି ଚର୍ଚ୍ଚାକୁ ଆସିଥାନ୍ତି। ଏହି କାରଣରୁ, ଇଣ୍ଡଷ୍ଟ୍ରିର କିଛି ଅଭିନେତ୍ରୀ ପରସ୍ପର ସହ କାମ କରିବା ଠାରୁ ଦୂରେଇ ରହିଛନ୍ତି। କିନ୍ତୁ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଦୁଇ ଅଭିନେତ୍ରୀଙ୍କ ମଧ୍ୟରେ ଝଗଡା ଏତେ ବଢ଼ି ଯାଇଥିଲା କଥା ମାରପିଟ୍‌ ପାଖରେ ପହଞ୍ଚିଥିଲା। ଇଶା ଦେଓଲ ଏବଂ ଅମୃତା ରାଓଙ୍କ ଝଗଡ଼ା କାହାଠାରୁ ଲୁଚି ନାହିଁ। ଉଭୟ ପରସ୍ପର ସହ କଥା ହେବାକୁ ମଧ୍ୟ ପସନ୍ଦ କରନ୍ତି ନାହିଁ। ପ୍ରାୟ ୧୫ ବର୍ଷ ପୂର୍ବେ, ଇଶା ସମସ୍ତଙ୍କ ସାମ୍ନାରେ ଫିଲ୍ମର ସେଟରେ ଅମୃତାଙ୍କୁ ଚାପୁଡ଼ା ମାରିଥିଲେ। ଏହି ଘଟଣା ସମଗ୍ର ଇଣ୍ଡଷ୍ଟ୍ରିରେ ଚହଳ ସୃଷ୍ଟି କରିଥିଲା।
୨୦୦୬ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ପ୍ୟାରେ ମୋହନ’ରେ ଇଶା ଏବଂ ଅମୃତାଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ରରେ ଫରଦିନ ଖାନ ଏବଂ ବିବେକ ଓବରୟ ଉଭୟଙ୍କ ସହ ନଜର ଆସିଥିଲେ। ଫିଲ୍ମର ଶୁଟିଂ ସମୟରେ ଇଶା ଅମୃତାଙ୍କୁ ଚାପୁଡ଼ା ମାରିଥିଲେ। ଇଶା ଦେଓଲ ନିଜେ ତାଙ୍କର ଏକ ସାକ୍ଷାତକାରରେ ଏହା ପ୍ରକାଶ କରିଥିଲେ। କେବଳ ଏତିକି ନୁହେଁ, ଇଶା ଏହା ମଧ୍ୟ କହିଥିଲେ, ଏଥିରେ ସେ ଦୁଃଖିତ ନୁହଁନ୍ତି।

ଏକ ସାକ୍ଷାତକାର ସେ ଅମୃତା ରାଓଙ୍କ ସହ ହୋଇଥିବା ବିବାଦ ବିଷୟରେ ଖୋଲାଖୋଲି ଭାବେ କହିଥିଲେ। ଇଶା କହିଥିଲେ, ‘ଅମୃତା ମୋତେ ନିର୍ଦ୍ଦେଶକ ଇନ୍ଦ୍ର କୁମାର ଏବଂ କ୍ୟାମେରାମ୍ୟାନଙ୍କ ଆଗରେ ଦୁର୍ବ୍ୟବହାର କରିଥିଲେ। ପରେ ମୁଁ ଭାବିଲି ସେ ସଂପୂର୍ଣ୍ଣ ଭୁଲ । ସେହି ସମୟରେ କ୍ରୋଧରେ ମୁଁ ଅମୃତାଙ୍କୁ ଚାପୁଡ଼ା ମାରିଥିଲି। ମୁଁ ମୋର ଆତ୍ମ ସମ୍ମାନ ରକ୍ଷା କରିଥିଲି । ଏଥିରେ ମୋର କୌଣସି ଦୁଃଖ ନାହିଁ।

Share