ଏହି ଅଭିନେତ୍ରୀଙ୍କୁ ଚାପୁଡା ମାରିଥିଲେ ଇଶା

ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀମାନଙ୍କ ମଧ୍ୟରେ ଝଗଡା ସାଧାରଣ କଥା। ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ଛୋଟଛୋଟ ମନୋମାଳିନ୍ୟ ଲାଗି ଚର୍ଚ୍ଚାକୁ ଆସିଥାନ୍ତି।

୨୦୦୬ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ପ୍ୟାରେ ମୋହନ’ରେ ଇଶା ଏବଂ ଅମୃତାଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ରରେ ଫରଦିନ ଖାନ ଏବଂ ବିବେକ ଓବରୟ ଉଭୟଙ୍କ ସହ ନଜର ଆସିଥିଲେ। ଫିଲ୍ମର ଶୁଟିଂ ସମୟରେ ଇଶା ଅମୃତାଙ୍କୁ ଚାପୁଡ଼ା ମାରିଥିଲେ। ଇଶା ଦେଓଲ ନିଜେ ତାଙ୍କର ଏକ ସାକ୍ଷାତକାରରେ ଏହା ପ୍ରକାଶ କରିଥିଲେ। କେବଳ ଏତିକି ନୁହେଁ, ଇଶା ଏହା ମଧ୍ୟ କହିଥିଲେ, ଏଥିରେ ସେ ଦୁଃଖିତ ନୁହଁନ୍ତି।

Share