ଧ୍ୟାନଚାନ୍ଦଙ୍କର ବାୟୋପିକ୍‌ରେ ନଜର ଆସିବେ ଈଶାନ,ଜାଣନ୍ତୁ କେବେଠୁ ଆରମ୍ଭ ହେବ ଶୁଟିଂ

ପ୍ରଡ୍ୟୁସର ରୋନି ସ୍କୃବାଲା ୨୦୨୦ ଡିସେମ୍ବରରେ ଘୋଷଣା କରିଥିଲେ କି ଅଭିଷେକ ଚୋବେ ହକି ତାରକା ଧ୍ୟାନଚାନ୍ଦଙ୍କ ଉପରେ ଏକ ବାୟୋପିକ ପ୍ରସ୍ତୁତ କରିବେ । ଏହି ଫିଲ୍ମରେ ଧ୍ୟାନଚାନ୍ଦଙ୍କ ଭୂମିକାରେ ଈଶାନ ଖଟ୍ଟର ନଜର ଆସିବେ। ବର୍ତ୍ତମାନ ଏହାକୁ ନେଇ ଏକ ନୂଆ ଅପଡେଟ ସାମ୍ନାକୁ ଆସିଛି । ଫିଲ୍ମର ଶୁଟିଂ ଚଳିତ ବର୍ଷ ନଭେମ୍ବର କିମ୍ବା ଡିସେମ୍ବରରେ ଆରମ୍ଭ ହେବ । ତେବେ ଈଶାନ ଖୁବଶୀଘ୍ର ଫିଲ୍ମର ଟ୍ରେନିଙ୍ଗ ଆରମ୍ଭ କରିବାକୁ ଯାଉଛନ୍ତି ।

ଧ୍ୟାନଚାନ୍ଦଙ୍କର ଏହି ବାୟୋପିକ୍‌ ଫିଲ୍ମ ଦେଖିବାକୁ ଅନେକ ପ୍ରଶଂସକ ଅପେକ୍ଷା କରିଛନ୍ତିି । ତାଙ୍କ କ୍ୟାରିୟରରେ ସେ ତିନିଟି ଗୋଲ୍ଡ ମେଡାଲ ସହିତ ୧୫ ଶହରୁ ଅଧିକ ଗୋଲ ସ୍କୋର କରିଛନ୍ତି। ସେପଟେ ଭାରତର ଗୌରବ ଧ୍ୟାନଚାନ୍ଦଙ୍କ ବାୟୋପିକ ନିର୍ମାଣ କରିବା ପାଇଁ ମେକର୍ସମାନେ ଏକାଠି ମିଶି କାମ କରିବା ଆରମ୍ଭ କରିଦେଲେଣି।

Share