ଇଶାନଙ୍କ ହାତରେ ହଲିଉଡ ପ୍ରୋଜେକ୍ଟ

ମୁମ୍ବାଇ: ‘ଫୋନ ଭୁତ’ ଅଭିନେତା ଇଶାନ ଖଟ୍ଟର ବଲିଉଡ ଇଣ୍ଡଷ୍ଟ୍ରିରେ ଜଲଓ୍ବା ଦେଖାଇ ପାରି ନାହାନ୍ତି ସତ। ହେଲେ ତାଙ୍କ ଅଭିନୟର ଖୁବ୍‌ ପ୍ରଶଂସା କରାଯାଇଛି। ଏବେ ଇଶାନ ହଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତାଙ୍କୁ ନିକୋଲ କିଡମ୍ୟାନ ଓ ଲିଭ ଶ୍ରେଇବରଙ୍କ ସହ ପ୍ରୋଜେକ୍ଟ ‘ଦ ପରଫେକ୍ଟ କପଲ’ରେ କାଷ୍ଟ କରାଯାଇଛି। ଏହା ତାଙ୍କ ପ୍ରଶଂସକଙ୍କ ପାଇଁ ବଡ ଖବର ହୋଇଥିବା ବେଳେ ଅଭିନେତା ନିଜେ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ଏହି ଆନାଉନ୍ସମେଣ୍ଟ କରିଛନ୍ତି।

ଇଶାନ କିଛିଦିନ ହେବ ମେକର୍ସଙ୍କ ସହ କଥା ହେଉଛନ୍ତି। ଫାଇନାଲି ଗତ ସପ୍ତାହରେ ତାଙ୍କୁ ହଲିଉଡ ସିରିଜ ଅଫର ମିଳିଯାଇଛି। ଏହି ସିରିଜ ହିଲଡରବ୍ରାଣ୍ଡଙ୍କ ନଭେଲ ‘ଦ ପରଫେକ୍ଟ କପଲ’ର ଆଡପଶନ। ଇଶାନ ଖଟ୍ଟର ତାଙ୍କର ଏହି ଖୁସିକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହାପରେ ଫ୍ୟାମିଲି ଓ ଫ୍ରେଣ୍ଡସ ତାଙ୍କ୍‌ୁ ଶୁଭେଚ୍ଛା ଜଣାଇଛନ୍ତି।

Share