Categories: ଖେଳ

ଧୋନୀଙ୍କ ରେକର୍ଡ ଭାଙ୍ଗିଦେଲେ ଇଶାନ କିଶନ

ଥିରୁଭାନନ୍ତପୁରମ୍‌,୨୭।୧୧: ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆକୁ ୪୪ ରନ୍‌ରେ ପରାସ୍ତ କରିଛି। ଭାରତର ବିଜୟରେ ଇଶାନ କିଶନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଇଶାନ କିଶନ ୩୨ ବଲରେ ୫୨ ରନ ସ୍କୋର କରିଥିଲେ। ସେ ଉଇକେଟ କିପର ଭାବରେ ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀଙ୍କ ଏକ ସ୍ବତନ୍ତ୍ର ରେକର୍ଡ ଭାଙ୍ଗିଛନ୍ତି। ଟି-୨୦ରେ ସର୍ବାଧିକ ଥର ୫୦ କିମ୍ବା ଅଧିକ ରନ ସ୍କୋର କରିଥିବା ଭାରତୀୟ ଉଇକେଟ କିପର ହୋଇପାରିଛି।
ଉଇକେଟ କିପର ବ୍ୟାଟ୍ସମ୍ୟାନ ଭାବରେ ଇଶାନ ଭାରତ ପାଇଁ ଟି -୨୦ରେ ତିନିଥର ୫୦ କିମ୍ବା ଅଧିକ ରନ ସ୍କୋର କରିଛନ୍ତି। ସେ ଏହି ପ୍ରସଙ୍ଗରେ ଧୋନୀଙ୍କୁ ପଛରେ ପକାଇଛନ୍ତି। ଧୋନୀ ୮୫ ଇନିଂସରେ ଦୁଇଥର ୫୦ କିମ୍ବା ଅଧିକ ରନ ସ୍କୋର କରିଥିଲେ। ରିଷଭ ପନ୍ତ ୪୪ ଇନିଂସରେ ଏହି ପ୍ରଦର୍ଶନ କରିଥିଲେ। ଏହି ପ୍ରସଙ୍ଗରେ କେ.ଏଲ ରାହୁଲ ମିଳିତ ଭାବେ ଇଶାନଙ୍କ ସହ ଅଛନ୍ତି। କେଏଲ ରାହୁଲ ୮ ଇନିଂସରେ ୩ଥର ୫୦ରୁ ଅଧିକ ରନ କରିଛନ୍ତି।

Share