Categories: ଖେଳ

୧୯୦ ରନ୍‌ରେ ଖେଳୁଥିବାବେଳେ କୋହଲିଙ୍କୁ ଏମିତି କିଛି କହୁଥିଲେ ଇଶାନ କିଶନ

ଢାକା,୧୧।୧୨: ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ଇଶାନ କିଶନ ବାଂଲାଦେଶ ବିପକ୍ଷ ସିରିଜର ତୃତୀୟ ଦିନିକିଆରେ ବିସ୍ଫୋରକ ଇଂନିସ ଖେଳିଥିଲେ। ଚଟ୍ଟୋଗ୍ରାମରେ ଖେଳାଯାଇଥିବା ମ୍ୟାଚରେ କିଶନ ଦିନିକିଆ କ୍ରିକେଟରେ ଦ୍ରୁତତମ ଦ୍ୱିଶତକ ହାସଲ କରିଥିଲେ। ସେ ବିରାଟ କୋହଲିଙ୍କ ସହ ଦ୍ୱିତୀୟ ଉଇକେଟ ପାଇଁ ୨୯୦ ରନ ଯୋଡିଥିଲେ। ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ କିଶାନ ଟିମ ଇଣ୍ଡିଆରେ ସ୍ଥାନ ପାଇଥିଲେ ଏବଂ ସେ ନିଜକୁ ପ୍ରମାଣିତ ମଧ୍ୟ କରିଥିଲେ। ଏହି ଇନିଂସ ପରେ କ୍ରିକେଟର୍‌ ଶୁଭମନ ଗିଲ ଇଶାନ କିଶନଙ୍କ ସାକ୍ଷାତକାର ନେଇଥିଲେ।
୧୯୦ରେ ବ୍ୟାଟିଂ କରୁଥିବାବେଳେ ସେ ନର୍ଭସ ଥିଲେ କି? ମଝିରେ ବିରାଟ କୋହଲି ତାଙ୍କୁ କ’ଣ କହିଥିଲେ ବୋଲି ପ୍ରଶ୍ନରେ କିଶନ କହିଛନ୍ତି, ମୁଁ ପ୍ରଥମେ କହିଥିଲି, କୋହଲି ଭାଇ ମୋତେ ଗୋଟିଏ ସିଙ୍ଗଲ ନେବାକୁ କୁହ। ନଚେତ୍‌ ମୁଁ ମାରିବାକୁ ଚେଷ୍ଟା କରିବି। ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ବାଗ, ରୋହିତ ଶର୍ମାଙ୍କ ପରି ଭେଟେରାନଙ୍କ ତାଲିକାରେ ସାମିଲ ହେବା ପରେ ବହୁତ ଖୁସି ଲାଗୁଛି।
କିଶନ ଏହି ମ୍ୟାଚ୍‌ରେ ମାତ୍ର ୧୨୬ ବଲରେ ଦ୍ୱିଶତକ ପୂରଣ କରିଥିଲେ। ଦିନିକିଆ କ୍ରିକେଟରେ ଏହା ଦ୍ରୁତତମ ଦ୍ୱିଶତକ।

Share