Categories: ଖେଳ

ଦୁଇ ପରିବର୍ତ୍ତନ ସହ ଓହ୍ଲାଇଲା ଟିମ୍‌ ଇଣ୍ଡିଆ

କୋଲକାତା,୨୧।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜ୍‌ର ପୂର୍ବ ଦୁଇ ମ୍ୟାଚ୍‌ ଭଳି ତୃତୀୟ ମୁକାବିଲାରେ ମଧ୍ୟ ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତିଛନ୍ତି। କିନ୍ତୁ ଏଥର ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ୍‌ ଲାଗି ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି। ଉପଅଧିନାୟକ ଲୋକେଶ ରାହୁଲ ଓ ଅଭିଜ୍ଞ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ସେମାନଙ୍କ ସ୍ଥାନରେ ଇଶାନ କିଷନ ଓ ୟୁଜବେନ୍ଦ୍ର ଚହଲଙ୍କୁ ସାମିଲ କରାଯାଇଛି ଦଳରେ। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡର କାମଚଳା ଅଧିନାୟକ ଟିମ୍‌ ସୌଦିଙ୍କୁ ବିଶ୍ରାମ ଦିଆଯାଇଛି। ତାଙ୍କ ଅନୁପସ୍ଥିତିରେ ମିଚେଲ ସାଣ୍ଟନରଙ୍କୁ ନେତୃତ୍ୱ ଦାୟିତ୍ୱ ସମ୍ଭାଳିବେ।

Share