Categories: ଖେଳ

ଭାରତୀୟ ଟିମ୍‌କୁ ପୁଣି ଫେରିବେ କି ଇଶାନ୍‌ କିଶନ୍‌? ଘରୋଇ କ୍ରିକେଟ୍‌ରେ ଦମ୍‌ଦାର ପ୍ରଦର୍ଶନ

ନୂଆଦିଲ୍ଲୀ, ୧୬।୦୮: ଭାରତୀୟ କ୍ରିକେଟ୍‌ ଟିମ୍‌ରୁ ବର୍ତ୍ତମାନ ପାଇଁ ବାଦ୍‌ ପଡ଼ିଥିବା ୱିକେଟ୍‌ କିପର ଇଶାନ୍‌ କିଶନ୍‌ ଘରୋଇ କ୍ରିକେଟ୍‌ରେ ଜବରଦସ୍ତ ଫର୍ମରେ ଥିବା ଦେଖିବାକୁ ମିଳୁଛି । ବୁଚି ବାବୁ ଟୁର୍ଣ୍ଣାମେଣ୍ଟରେ ଝାଡ଼ଖଣ୍ଡର କ୍ୟାପ୍ଟେନ୍‌ ଦ଼୍ବାୟିତ଼୍ବରେ ଥିବା ଇଶାନ୍‌ ୱିକେଟ୍‌ ପଛରେ ରହି ଶାନ୍‌ଦାର ପ୍ରଦର୍ଶନ କରୁଛନ୍ତି । ମଧ୍ୟ ପ୍ରଦେଶ ବିପକ୍ଷରେ ଖେଳାଯାଉଥିବା ଏହି ମୁକାବିଲାରେ ଗୋଟିଏ ପରେ ଗୋଟିଏ କରି ୩ଟି କ୍ୟାଚ୍‌ ଧରିଥିଲେ ଇଶାନ୍‌ । ୱେଷ୍ଟ ଇଣ୍ଡିଜ୍‌ ବିପକ୍ଷରେ ସେ ଶେଷ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ । ପରେ ସାଉଥ୍‌ ଆଫ୍ରିକା ବିପକ୍ଷ ସିରିଜ୍‌ରୁ ଅବ୍ୟାହତି ନେଇଥିଲେ ।

ବୁଚା ବାବୁ ଟୁର୍ଣ୍ଣାମେଣ୍ଟରେ ଇଶାନ୍‌ଙ୍କ ଜବରଦସ୍ତ ପ୍ରଦର୍ଶନ ତାଙ୍କୁ ଟିମ୍‌ ଇଣ୍ଡିଆକୁ ପୁଣି ଫେରିବାର ସୁଯୋଗ ଦେଇପାରେ ବୋଲି ଆଶା କରାଯାଉଛି । ମଧ୍ୟ ପ୍ରଦେଶ ବିପକ୍ଷ ମ୍ୟାଚ୍‌ର ୧୫ ତମ ଓଭରରେ ବିବେକାନନ୍ଦ ତିୱାରୀଙ୍କ ବଲ୍‌ରେ ଚଞ୍ଚଳ ରାଠୋରଙ୍କ କ୍ୟାଚ୍‌ ଧରି ତାଙ୍କୁ ପାଭିଲିଅନ୍‌ ପଠାଇଥିଲେ ଇଶାନ୍‌ । ଏହା ପରେ ସେ ସ୍ପିନର ଆଦିତ୍ୟ ସିଂଙ୍କ ବଲରେ ଶୁଭମ କୁଶୱାଙ୍କ ୱିକେଟ ନେଇଥିଲେ। ଏହି ବ୍ୟାଟ୍ସମ୍ୟାନ ୧୭୧ ବଲ ଖେଳି ୮୪ ରନ ସଂଗ୍ରହ କରିଥିଲେ। ମଧ୍ୟପ୍ରଦେଶ ଝାଡଖଣ୍ଡ ବିପକ୍ଷ ପ୍ରଥମ ଦିନର ଖେଳରେ ୮୯.୫ ଓଭରରେ ୮ ୱିକେଟ ହରାଇ ମଧ୍ୟ ପ୍ରଦେଶ ୨୨୫ ରନ ସଂଗ୍ରହ କରିଛି।

Share