ସବୁଠାରୁ ମହଙ୍ଗା ଖେଳାଳି, ହେଲେ ପୁରା ସିଜନରେ ଫ୍ଲପ୍‌

ମୁମ୍ବାଇ,୧୮।୫: ଚଳିତ ଆଇପିଏଲ୍‌ ୨୦୨୨ ନିଲାମରେ ସବୁଠାରୁ ମହଙ୍ଗା ଖେଳାଳି ଥିଲେ ଇଶାନ କିଶନ। ମୁମ୍ବାଇ ଇଣ୍ଡିଆନ୍ସ ଏହି ଯୁବ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ୧୫ କୋଟି ୨୫ ଲକ୍ଷ ଦେଇ କିଣିଥିଲା। ହେଲେ ଟୁର୍ନାମେଣ୍ଟ ଶେଷ ପର୍ଯ୍ୟନ୍ତ ସେ ଭଲ ପ୍ରଦର୍ଶନ କରିପାରିନାହାନ୍ତି। ସେ ଏଯାବତ ୧୩ ମ୍ୟାଚ୍‌ ଖେଳି ମାତ୍ର ୩୭୦ ରନ୍‌ ସଂଗ୍ରହ କରିଛନ୍ତି। ଏବେ ନିଜର ଖରାପ ଫର୍ମକୁ ନେଇ ସେ ବୟାନ ଦେଇଛନ୍ତି।

ଇଶାନ କହିଛନ୍ତି, ସର୍ବଶ୍ରେଷ୍ଠ ଖେଳାଳିମାନଙ୍କୁ ମଧ୍ୟ ଖରାପ ସମୟ ଦେଇ ଗତି କରିବାକୁ ପଡ଼ିଥାଏ। ଅନେକ ଥର ଆରମ୍ଭ ଭଲ ଥାଏ। ହେଲେ ବିରୋଧୀ ବୋଲର ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ବୋଲିଂ କରିଥାନ୍ତି। ବାହାରେ ଲୋକ ଯାହା ଚାହାନ୍ତି, ଡ୍ରେସିଂ ରୁମ୍‌ ଭିତର ରଣନୀତି ତା’ଠାରୁ ଭିନ୍ନ ଥାଏ। କ୍ରିକେଟରେ କେବଳ ମଇଦାନକୁ ଓହ୍ଲାଇ ବ୍ୟାଟିଂ କରିବା ଭୂମିକା ଥିବା କଥା ଭାବୁନାହିଁ। ଦଳ ବିଷୟରେ ଚିନ୍ତା କଲେ ନିଜର ଭୂମିକା ସ୍ପଷ୍ଟ ହେବା ଉଚିତ ବୋଲି ସେ କହିଛନ୍ତି।

Share