Categories: ଖେଳ

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ଓହରିଲେ ଇଶାନ କିଷନ

ନୂଆଦିଲ୍ଲୀ,୧୭।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ଭାରତର ଉଇକେଟକିପର ବ୍ୟାଟର ଇଶାନ କିଷନ ଓହରି ଯାଇଛନ୍ତି। ଏକ ବିବୃତିରେ ବିସିସିଆଇ କହିଛି, ଇଶାନ ବ୍ୟକ୍ତିଗତ କାରଣ ଦର୍ଶାଇ ଟେଷ୍ଟ ସିରିଜରୁ ନିଜକୁ ଦୂରେଇ ରଖିବାକୁ ବିସିସିଆଇକୁ ଅନୁରୋଧ କରିଥିଲେ। ଅନୁରୋଧ ପରେ ତାଙ୍କୁ ଟେଷ୍ଟ ସିରିଜରୁ ବିସିସିଆଇ ପ୍ରତ୍ୟାହାର କରିଛି। ଇଶାନଙ୍କ ସ୍ଥାନରେ କେ.ଏସ୍‌. ଭରତଙ୍କୁ ଉଇକେଟକିପର ଭାବେ ସ୍ଥାନ ଦିଆଯାଇଛି। ହେଲେ ଦଳରେ ଥିବା କେ.ଏଲ୍‌. ରାହୁଲ ଉଇକେଟକିପର ଭାବେ ରହିବେ।

ଭାରତ ଦଳ: ରୋହିତ ଶର୍ମା(ଅଧିନାୟକ), ଶୁବମନ୍‌ ଗିଲ୍‌, ଯଶସ୍ବୀ ଜସ୍‌ୱାଲ, ବିରାଟ କୋହଲି, ଶ୍ରେୟସ ଆୟର, ଋତୁରାଜ ଗାଏକ୍ୱାଡ, କେ.ଏଲ୍‌. ରାହୁଲ (ଉଇକେଟ କିପର), ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସିରାଜ, ମୁକେଶ କୁମାର, ଯଶ୍‌ପ୍ରୀତ ବୁମରା (ଉପଅଧିନାୟକ), ପ୍ରସାଦ କୃଷ୍ଣ, କେ.ଏସ୍‌. ଭରତ (ଉଇକେଟକିପର)

Share