Categories: ଖେଳ

ନିର୍ଦ୍ଦେଶ ସତ୍ତ୍ୱେ ରଣଜୀ ମୁକାବିଲା ଖେଳୁନାହାନ୍ତି ଇଶାନ, ବିସିସିଆଇ ନେବ ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୬।୨: ଇଶାନ କିଷନ ପୁଣି ଥରେ ଘରୋଇ କ୍ରିକେଟ ଖେଳବାରୁ ଦୂରରେ ଅଛନ୍ତି। ଶୁକ୍ରବାର ଆରମ୍ଭ ହୋଇଥିବା ଝାଡଖଣ୍ଡ ବନାମ ରାଜସ୍ଥାନ ରଣଜୀ ମ୍ୟାଚରେ ସେ ତାଙ୍କ ରାଜ୍ୟ ଦଳ ପାଇଁ ମଇଦାନକୁ ଓହ୍ଲାଇଛନ୍ତି। କୁହାଯାଉଛି ଯେ, ବିସିସିଆଇର ନିର୍ଦ୍ଦେଶ ପରେ ଏଥର ସେ ଝାଡଖଣ୍ଡର ପ୍ଲେ-୧୧ର ସାମିଲ ହେବେ କିନ୍ତୁ ସେ ପୁଣି ଥରେ ଏହି ନିର୍ଦ୍ଦେଶକୁ ଅଣଦେଖା କରିଦେଇଛନ୍ତି। ଇଶାନଙ୍କ ଏହି ମନୋଭାବ ଉପରେ ବିସିସିଆଇ କ’ଣ ପଦକ୍ଷେପ ନେଉଛି ତାହା ଦେଖିବା ମଜାଦାର ହେବ।

ଇଶାନଙ୍କ ଏହି ମନୋଭାବକୁ ବିଦ୍ରୋହ ବୋଲି ବିବେଚନା କରାଯାଇପାରେ। ବାସ୍ତବରେ ଗତ ବର୍ଷ ଡିସେମ୍ବରରେ ଇଶାନ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ତାଙ୍କ ନାମ ପ୍ରତ୍ୟାହାର କରି ନେଇଥିଲେ। ତା’ପରେ ବିସିସିଆଇ କହିଛି ଯେ ବ୍ୟକ୍ତିଗତ କାରଣରୁ ଇଶାନ ଏହି ବିରତି ନେଇଥିଲେ। ତେବେ ପରେ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡିଛି ଯେ, ମାନସିକ ଥକାପଣ ହେତୁ ଇଶାନ ଦଳରୁ ଓହରି ଯାଇଛନ୍ତି।

Share