ଚାଟୋଗ୍ରାମ୍,୧୦।୧୨: ବାଲାଂଦେଶ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍ରେ ନାଚିଲେ ବିରାଟ କୋହଲି । ବ୍ୟାଟ୍ସମ୍ୟାନ୍ ଇଶାନ କିଶନ ଦ୍ୱିଶତକ ମାରିବା ଖୁସିରେ ସେ ମଇଦାନରେ ଭାଙ୍ଗଡ଼ା କରିଥିବା ଦେଖାଯାଇଛି। ପରେ ଇଶାନ ମଧ୍ୟ ତାଙ୍କ ସହ ମିଶି ଖୁସି ମନାଇଛନ୍ତି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
କହିରଖୁଛୁ, ମ୍ୟାଚ୍ରେ ଈଶାନ ୧୩୧ ବଲ୍ରେ ୨୧୦ ରନ୍ର ଇନିଂସ ମାରିଥିଲେ। ଏଥିରେ ୨୪ ଚୌକା, ୧୦ ଛକା ରହିଥିଲା। ଏହି ଦ୍ୱିଶତୀୟ ଇନିଂସ ପରେ ଇଶାନ ଏପରି କାରନାମା କରିଥିବା ଚତୁର୍ଥ ଭାରତୀୟ ବ୍ୟାଟ୍ସମ୍ୟାନ୍ ପାଲଟିଛନ୍ତି। ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ବିରେନ୍ଦ୍ର ସେହ୍ବାଗ, ରୋହିତ ଶର୍ମା ପ୍ରମୁଖ ଏହି ଉପଲବ୍ଧି ହାସଲ କରିଛନ୍ତି। ରୋହିତ ତାଙ୍କ କ୍ୟାରିୟରରେ ୩ଥର ଦ୍ୱିଶତକ ମାରିଛନ୍ତି। ତାଙ୍କର ଶ୍ରେଷ୍ଠ ସ୍କୋର ହେଉଛି ୨୬୪।