Advertisement

ଇଶାନ କୁମାର ପାତ୍ର ଆଇଏଏନ୍‌ଏସ୍‌ ସଭାପତି

କଟକ ଅଫିସ,୯।୧୦: ରେଭେନ୍‌ଶା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଇଶାନ କୁମାର ପାତ୍ର ଇଣ୍ଡିଆନ ଏକାଡେମୀ ଅଫ୍‌ ନ୍ୟୁରୋ ସାଇନ୍ସ (ଆଇଏଏନ୍‌ଏସ୍‌)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ୨୦୨୧ରୁ ୨୦୨୩ ମସିହା ପର୍ଯ୍ୟନ୍ତ ସେ ଏହି ସଭାପତି ପଦରେ ରହିବେ। ୪୦ ବର୍ଷର ଏହି ଏକାଡେମୀରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ପ୍ରାୟ ୧୮ଶହ ସଦସ୍ୟ ରହିଛନ୍ତି। ଏକାଡେମୀର ସମସ୍ତ ସଦସ୍ୟଙ୍କ ସମ୍ମତିକ୍ରମେ ସେ ନିର୍ବାଚିତ ହୋଇଛନ୍ତି। ପ୍ରଫେସର ପାତ୍ର ୧୯୮୪ ମସିହାରୁ ଏହି ଏକାଡେମୀର ସଦସ୍ୟ ରହିଛନ୍ତି। ପୂର୍ବରୁ ୨୦୧୮-୧୯ରେ ଏକାଡେମୀ ପକ୍ଷରୁ ତାଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯାଇଥିଲା। ଏବେ ସେ ସଭାପତି ପଦ ପାଇଁ ନିର୍ବାଚିତ ହୋଇଛନ୍ତି। ଏ ନେଇ ପ୍ରଫେସର ପାତ୍ରଙ୍କୁ ବହୁ ବୁଦ୍ଧିଜୀବୀ ଶୁଭେଚ୍ଛା ଜଣାଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share