Categories: ଖେଳ

ଇଶାନ-ଶ୍ରେୟାସଙ୍କୁ ଲାଗିପାରେ ଆଉ ଏକ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୯।୨:ବିସିସିଆଇର ବାର୍ଷିକ କେନ୍ଦ୍ରୀୟ ଚୁକ୍ତିରୁ ଇଶାନ କିଶାନ ଏବଂ ଶ୍ରେୟାସ ଆୟରଙ୍କୁ ବାଦ ଦିଆଯାଇଛି। ଏହା ସହିତ ବୋର୍ଡ ଏହି ଦୁଇ ଖେଳାଳିଙ୍କୁ କଡା ଚେତାବନୀ ମଧ୍ୟ ଦେଇଛି। ବାର୍ଷିକ ଚୁକ୍ତି ପାଇଁ ଉଭୟଙ୍କ ନାମ ବିଚାର କରାଯାଇ ନ ଥିବା ବିସିସିଆଇ ଏହାର ପ୍ରେସ ବିଜ୍ଞପ୍ତିରେ ସ୍ପଷ୍ଟ ଭାବେ ଲେଖିଛି। ବୋର୍ଡ ଏବଂ ସଚିବ ଜୟ ଶାହାଙ୍କ ପରାମର୍ଶ ସତ୍ତ୍ୱେ ଉଭୟ ଖେଳାଳି ରଣଜୀ ଟ୍ରଫିରୁ ଖେଳି ନ ଥିଲେ। ଝାଡଖଣ୍ଡ ପାଇଁ ଖେଳିବା ପରିବର୍ତ୍ତେ ଇଶାନ ବରୋଦାରେ ନିଜେ ଟ୍ରେନିଂ ଜାରି ରଖିଥିଲେ। ଏଥି ସହିତ ଶ୍ରେୟାସ ଆଘାତର ବାହାନା ଦେଇ ମୁମ୍ବାଇ ପାଇଁ ମ୍ୟାଚ ନ ଖେଳିବାକୁ ନିଷ୍ପତ୍ତି ନେଇଥିଲେ। ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରେ ଫ୍ଲପ କରିବା ପରେ ତାଙ୍କୁ ଦଳରୁ ବାଦ୍‌ ଦିଆଯାଇଥିଲା।
ବର୍ତ୍ତମାନ ଏହି ଦୁଇଜଣଙ୍କ ବିରୋଧରେ ଆଉ ଏକ ବଡ ନିଷ୍ପତ୍ତି ନିଆଯାଇପାରେ। ରଣଜୀ ଟ୍ରଫିରେ ଉଭୟଙ୍କ ଅନୁପସ୍ଥିତି ସେମାନଙ୍କ ଉପରେ ଭାରି ପଡିଛି। ଇଶାନ ଏବଂ ଶ୍ରେୟସ ବର୍ତ୍ତମାନ ଟି-୨୦ ବିଶ୍ୱକପରୁ ବାଦ ପଡିବାର ସମ୍ଭାବନା ରହିଛି। ଜୁନ ମାସରେ ହେବାକୁ ଥିବା ଆଇସିସି କାର୍ଯ୍ୟକ୍ରମରେ ଏହି ଦୁଇଜଣଙ୍କ ନାମ ବିଚାର କରାଯିବ ନାହିଁ। ଚୁକ୍ତି ବାହାରେ ରହିବା ପରେ ଭବିଷ୍ୟତରେ ଉଭୟ ଟିମ ଇଣ୍ଡିଆ ପାଇଁ ଖେଳିବା ସନ୍ଦେହ ରହିଛି।

Share