ମୁମ୍ବାଇ,୨୭।୩: ଚଳିତ ଆଇପିଏଲର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚାଲିଥିବା ଲିଗ୍ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭଲ ଆରମ୍ଭ ଦେଇଥିଲେ ରୋହିତ ଶର୍ମା ଏବଂ ଇଶାନ କିଷନ। ଦୁହେଁ ୮ ଓଭରରେ ୬୭ ରନ୍ କରିଥିଲେ। କିନ୍ତୁ ରୋହିତ ଶର୍ମା (୪୧) ଆଉଟ୍ ହେବା ପରେ ମୁମ୍ବାଇର ବ୍ୟାଟିଂ ଲାଇନ୍ ଦିଗହରା ହୋଇଯାଇଥିଲା। ଦଳ କ୍ରମାଗତ ବ୍ୟବଧାନରେ ଅନମୋଲପ୍ରୀତ ସିଂ (୮), ତିଲକ ବର୍ମା (୨୨), କିରନ ପୋଲାର୍ଡ (୩)ଙ୍କ ଉଇକେଟ ହରାଇଥିଲା। ୪ ଉଇକେଟ ମଧ୍ୟରୁ ଦିଲ୍ଲୀକୁ ୩ ସଫଳତା ଆଣି ଦେଇଥିଲେ କୁଲଦୀପ ଯାଦବ। ଏଥିଯୋଗୁ ମୁମ୍ବାଇ ୧୬ ଓଭର ସୁଦ୍ଧା ୪ ଉଇକେଟ ହରାଇ ୧୨୨ ରନ୍ କରିଥିଲା। ତା’ ପରେ ଇଶାନ ନିମ୍ନକ୍ରମର ବ୍ୟାଟରଙ୍କ ସହ ମିଶି ଅନ୍ତିମ ୪ ଓଭରରେ ୫୪ ଯୋଡ଼ି ଦଳୀୟ ସ୍କୋରକୁ ୧୭୭ରେ ପହଞ୍ଚାଇଥିଲେ। ମୁମ୍ବାଇ ଇଣ୍ଡିଆ ୨୦ ଓଭରରେ ୫ ଉଇକେଟ ହରାଇ ୧୭୭ ରନ୍ କରିବାକୁ ସକ୍ଷମ ହୋଇଥିଲା। ଶେଷ ପର୍ଯ୍ୟନ୍ତ ନଟ୍ଆଉଟ୍ ଥିବା କିଷନ ୮୦ ରନ୍ କରିଥିଲେ। ତାଙ୍କ ଇନିଂସରେ ସାମିଲ ଥିବା ୧୧ ଚୌକା ଓ ଛକା।