ନୂଆଦିଲ୍ଲୀ,୯।୧: ଭାରତୀୟ କ୍ରିକେଟ ଟିମ ଏବେ ଉନ୍ନତମାନର ଫିଲ୍ଡିଂ ପାଇଁ ଜଣାଣୁଣା। ହେଲେ ଏପରି ଏକ ସମୟ ଥିଲା ଯେତେବେଳେ ଦଳ ଭଲ ଫିଲ୍ଡିଂ କରୁ ନ ଥିଲା। ବିଶେଷକରି କିଛି ଖେଳାଳି ନିଜର ଫିଲ୍ଡିଂକୁ ନେଇ ସମାଲୋଚନାର ଶିକାର ହୋଇଛନ୍ତି। ସେଭଳି ଜଣେ ହେଲେ ଭାରତର ଦ୍ରୁତ ବୋଲର ଇଶାନ୍ତ ଶର୍ମା। ଏହି କ୍ରିକେଟରଙ୍କ ନାମରେ ଭିନ୍ନ ରେକର୍ଡ ରହିଛି।
ଈଶାନ୍ତ କ୍ୟାଚ୍ ଛାଡ଼ିବାକୁ ନେଇ ଲଜ୍ଜାଜନକ ରେକର୍ଡ କରିଛନ୍ତି। ଫିଲ୍ଡିଂ ସମୟରେ ସେ ଏଭଳି ୩ କ୍ରିକେଟରଙ୍କ କ୍ୟାଚ୍ ଛାଡ଼ିଥିଲେ, ଯାହା ଫଳରେ ସେମାନେ ୨୧ ଶତାଦ୍ଦିର ସବୁଠାରୁ ଅଧିକ ରନ୍ କରିବାରେ ସଫଳ ହୋଇଥିଲେ। ଈଶାନ୍ତଙ୍କ ଜୀବନଦାନ ବଳରେ ଏଲିଷ୍ଟର କୁକ୍(ଇଂଲଣ୍ଡ)-୨୯୪ରନ୍, ମାଇକେଲ୍ କ୍ଲାର୍କ(ଅଷ୍ଟ୍ରେଲିଆ)-୨୩୯ରନ୍, ବ୍ରେଡନ୍ ମୈକୁଲମ୍(ନ୍ୟୁଜିଲାଣ୍ଡ)-୩୦୨ରନ୍ କରିଥିଲେ। ପ୍ରାରମ୍ଭରୁ ସେମାନେ କ୍ୟାଚ୍ ଆଉଟ୍ ହୋଇଥିଲେ ଏଭଳି ଐତିହାସିକ ସ୍କୋର କରିପାରି ନ ଥାନ୍ତେ। ହେଲେ ଈଶାନ୍ତଙ୍କ ଯୋଗୁ ଏଭଳି ସମ୍ଭବ ହୋଇଥିଲା।