Advertisement
Categories: Home Leftଖେଳ

ଇଶାନ୍ତ ଶର୍ମାଙ୍କୁ ଜରିମାନା

ହାଇଦ୍ରାବାଦ,୭ା୪: ରବିବାର ରାତିରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ ବେଳେ ଆଇପିଏଲ୍‌ ଆଚରଣ ସଂହିତା ଉଲ୍ଲଂଘନ କରିଥିବା ଅଭିଯୋଗରେ ଗୁଜରାଟ ଟାଇଟନ୍ସ ପେସର ଈଶାନ୍ତ ଶର୍ମାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି।

ଏହାଛଡ଼ା ତାଙ୍କ ଶୃଙ୍ଖଳାଗତ ଖାତାରେ ଏକ ଡିମେରିଟ୍‌ ଯୋଗ କରାଯାଇଛି। ଇଶାନ୍ତ ଆଇପିଏଲ୍‌ ଆଚରଣବିଧି ଲେଭଲ-୧ର ଧାରା ୨.୨ର ଉଲ୍ଲଂଘନ କରିଛନ୍ତି। ମ୍ୟାଚ ସମୟରେ କ୍ରିକେଟ ଉପକରଣ କିମ୍ବା ପୋଷାକ, ଗ୍ରାଉଣ୍ଡ ଉପକରଣ କିମ୍ବା ଫିକ୍ସର ଓ ଫିଟିଙ୍ଗ୍ସର ଦୁରୁପଯୋଗ କ୍ଷେତ୍ରରେ ଏହି ଦଣ୍ଡବିଧାନ କରାଯାଇଥାଏ। ଇଶାନ୍ତ ତାଙ୍କ ଦୋଷ ସ୍ବୀକାର କରିଥିଲେ।

ଆଚରଣ ସଂହିତାର ଲେଭଲ-୧ ଉଲ୍ଲଂଘନ କଲେ ମ୍ୟାଚ ରେଫରିଙ୍କ ନିଷ୍ପତ୍ତିଙ୍କ ଚୂଡ଼ାନ୍ତ ଏବଂ ପାଳନ କରିବା ବାଧ୍ୟତାମୂଳକ ବୋଲି ଆଇପିଏଲ୍‌ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି। ଭାରତର ପୂର୍ବତନ ପେସ୍‌ ବୋଲର ମ୍ୟାଚରେ ୪ ଓଭର ବୋଲିଂ କରି ୫୩ ରନ ଦେଇଥିଲେ ମଧ୍ୟ ଗୋଟିଏ ହେଲେ ଉଇକେଟ ସଫଳତା ପାଇ ନ ଥିଲେ। ଓଭରଅଲ ୩ଟି ଗେମ୍‌ରେ ସେ ୧୦୭ ରନ ଦେଇଥିଲେ ମଧ୍ୟ ଗୋଟିଏ ଉଇକେଟ ପାଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel