ମା’ ହେଲେ ଏହି ଅଭିନେତ୍ରୀ

ସେଲିବ୍ରିଟି ଦମ୍ପତି ଇଶିତା ଦତ୍ତା ଏବଂ ବତ୍ସଲ ସେଠଙ୍କ ଘରକୁ କୁନି ଅତିଥି ଆସିଛି। ଅଜୟ ଦେବଗନଙ୍କ ଅନସ୍କ୍ରିନ ଝିଅ ଇଶିତା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଉଭୟ ଶିଶୁ ଏବଂ ମା’ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ପ୍ରଶଂସକ ଏବଂ ସେଲିବ୍ରେଟିମାନେ ଏହି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଗତ ମାର୍ଚ୍ଚ ୩୧ରେ ଇଶିତା ଗର୍ଭଧାରଣ ଘୋଷଣା କରିଥିଲେ।
ବିବାହର ୬ ବର୍ଷ ପରେ ଇଶିତା ଏବଂ ବତ୍ସଲ ମାତାପିତା ହୋଇଛନ୍ତି। ଉଭୟ ୨୮ ନଭେମ୍ବର ୨୦୧୭ରେ ବିବାହ କରିଥିଲେ। ଏକ ସିରିଏଲରେ କାମ କରୁଥିବାବେଳେ ଦୁହେଁ ପରସ୍ପରକୁ ଭଲ ପାଉଥିଲେ।

Share