ପୁଣି ବିବାହ ବନ୍ଧନରେ ଅଭିନେତା ବିନୀତ ରାଇନା, ନର୍ସଙ୍କୁ କଲେ ଜୀବନସାଥୀ

ବମ୍ବେ: ଦ୍ୱିତୀୟ ବିବାହ କରିଛନ୍ତି ‘ଇସ୍କ ମେ ମରଜାଓ୍ବା’ ଫେମ୍‌ ଅଭିନେତା ବିନୀତ ରାଇନା। ପ୍ରେମିକା ଅପେକ୍ଷାଙ୍କ ହାତ ଧରିଛନ୍ତି ସେ। ବିବାହ ପରେ ଉଭୟଙ୍କର କିଛି ଫଟୋ ଅଭିନେତ୍ରୀ ଶ୍ୱେତା ତିଓ୍ବାରୀ ନିଜର ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏହାଛଡ଼ା ଏକାଧିକ ଫଟୋ ବେଶ ଭାଇରାଲ ହେଉଛି। ଫଟୋରେ ବିନୀତଙ୍କୁ ଖୁସି ସ୍ପଷ୍ଟ ବାରି ହୋଇଯାଉଛି।

ବିନୀତ ୨୦୦୯ରେ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କୁ ବିବାହ କରିଥିଲେ। ବିବାହର ୨ ବର୍ଷ ପରେ ଉଭୟଙ୍କ ଛାଡ଼ପତ୍ର ହୋଇଥିଲା। ସେମାନଙ୍କ ମଝିରେ କିଛି ବି ଠିକ୍‌ ଚାଲି ନ ଥିଲା। ଅପେକ୍ଷା ପେସାରେ ଜଣେ ନର୍ସ। ବିନୀତ ତାଙ୍କୁ ଦୀର୍ଘଦିନରୁ ଡେଟ୍‌ କରୁଥିଲେ। ଏବେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ପ୍ରଶଂସକ ତଥା ଶୁଭେଚ୍ଛୁମାନେ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି।

Share