ନିର୍ବନ୍ଧ କରିବେ ଇସ୍କବାଜ୍‌ ଫେମ୍‌ ଅଭିନେତ୍ରୀ ଶୁଭା ରାଜପୁତ

ବମ୍ବେ: ନିର୍ବନ୍ଧ କରିବାକୁ ଯାଉଛନ୍ତି ଟେଲି ଧାରାବାହିକ ‘ଇସ୍କବାଜ’ରେ ପ୍ରିୟଙ୍କା ଚରିତ୍ରରେ ନଜର ଆସିଥିବା ଅଭିନେତ୍ରୀ ଶୁଭା ରାଜପୁତ। ଅଭିନେତା ବିଭବ ରାୟଙ୍କୁ ଦୀର୍ଘ ଦିନ ଧରି ସେ ଡେଟ୍‌ କରି ଆସୁଥିଲେ। ଏବେ ସେ ସମ୍ପର୍କକୁ ଆଉ ପାଦେ ଆଗକୁ ନେବାକୁ ସ୍ଥିର କରିଛନ୍ତି। ଡିସେମ୍ବର ୨୫ରେ ଦିଲ୍ଲୀରେ ଏହି ଉତ୍ସବ ଅନୁଷ୍ଠିତ ହେବ।

ଶୁଭା ୨୦୧୯ରେ ଓ୍ବେବ୍‌ ସିରିଜ ‘ପ୍ୟାର ଇସ୍କ ରେଣ୍ଟର ଶୁଟିଂ ସମୟରେ ବିଭବଙ୍କୁ ଭେଟିଥିଲେ। ପ୍ରଥମେ ଉଭୟ ବନ୍ଧୁ ଏବଂ ବର୍ଷକ ପରେ ଦୁହେଁ ଡେଟ୍‌ କରିବା ଆରମ୍ଭ କରିଥିଲେ।

ବୈଭବଙ୍କ ପରିବାର ଲୋକ ଆମେରିକାରେ ଥିବାବେଳେ ଛୁଟିରେ ସେମାନେ ଭାରତ ଆସିଛନ୍ତି। ଏଣୁ ଏହି ସମୟ ସେମାନଙ୍କ ନିର୍ବନ୍ଧ ପାଇଁ ଠିକ୍‌ ସମୟ ହେବ ବୋଲି ସେମାନେ ଭାବିଛନ୍ତି। ପ୍ରଥମେ ନିର୍ବନ୍ଧ ସରିବା ପରେ ଦୁହେଁ ଏକାଠି ସମୟ ବିତାଇବେ। ପରେ ପରିବାର ସହ ବସି ବିବାହ ନେଇ ବିଚାର ବିମର୍ଷ କରିବେ ବୋଲି ଜଣାପଡ଼ିଛି।

Share