Categories: ଖେଳ

ସନ୍ୟାସ ନେଲେ ଈଶ୍ୱର: କହିଲେ- ଧୋନୀ ଚାହିଁଥିଲେ, ମୋ କ୍ୟାରିୟର ଆଉ କିଛି ହୋଇଥାନ୍ତା…

ନୂଆଦିଲ୍ଲୀ,୧୩।୭: ମଧ୍ୟପ୍ରଦେଶ ଟିମ୍‌କୁ ପ୍ରଥମ ଥର ଲାଗି ରଣଜୀ ଟ୍ରଫି ଜିତାଇଥିବା ତାରକା ଦ୍ରୁତ ବୋଲର୍‌ ଈଶ୍ୱର ପାଣ୍ଡେ ଅନ୍ତର୍ଜାତୀୟ ଏବଂ ଘରୋଇ କ୍ରିକେଟରୁ ଅବସର ନେଇଛନ୍ତି। ସେ ନିଜେ ସୋସିଆଲ ମିଡିଆ ଜରିଆରେ ନିଜ ନିଷ୍ପତ୍ତି ସମସ୍ତଙ୍କୁ ଜଣାଇଛନ୍ତି। ଏଥିସହ ସେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ନେଇ ବଡ଼ ବୟାନ ମଧ୍ୟ ଦେଇଛନ୍ତି।

୩୩ ବର୍ଷୀୟ ଈଶ୍ୱରଙ୍କୁ ଦୁଇଥର ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ସିରିଜ ଲାଗି ଭାରତୀୟ ଟିମ୍‌ରେ ସୁଯୋଗ ମିଳିଥିଲା। ହେଲେ ସେ ଡେବ୍ୟୁ କରିପାରି ନ ଥିଲେ। ଏନେଇ ତାଙ୍କର ଏଯାବତ ଦୁଃଖ ରହିଛି। ଏବେ ସେ ସନ୍ୟାସ ନେବା ପରେ ଖବରଦାତାଙ୍କୁ କହିଛନ୍ତି କି ଯଦି ଧୋନୀ ତାଙ୍କୁ ସୁଯୋଗ ଦେଇଥାନ୍ତେ ତେବେ ତାଙ୍କ କ୍ୟାରିୟର ଭିନ୍ନ ହୋଇଥାନ୍ତା।


ତେବେ ଈଶ୍ୱର ରୋଡ୍‌ ସେଫ୍ଟି ସହ ଅନ୍ୟାନ୍ୟ ଅନ୍ତର୍ଜାତୀୟ ଲିଗ୍‌ରେ ଖେଳିବେ। ସେ ଚଳିତ ବର୍ଷ ଜୁନରେ ରଣଜୀ ଟ୍ରଫି ଖେଳିଥିଲେ, ଯେଉଁଥିରେ ମଧ୍ୟପ୍ରଦେଶ ଟିମ୍‌କୁ ପ୍ରଥମ ଥର ପାଇଁ ଚାମ୍ପିୟାନ କରିଥିଲେ। ଏହାଛଡ଼ା ଘରୋଇ, ଆଇପିଏଲ୍‌ ସମେତ ଅନେକ ଲିଗ୍‌ରେ ସେ କ୍ରିକେଟ ଖେଳିଆସୁଥିଲେ।

Share