ବାଲେଶ୍ୱର ଅଫିସ,୮ା୧୦: ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାର ଫଳ ଶୁକ୍ରବାର ପ୍ରକାଶ ପାଇଛି। ବାଲେଶ୍ୱର ଜିଲା ଚାନ୍ଦମାରି ପଡ଼ିଆ ନିବାସୀ ତଥା ପୂର୍ତ୍ତ ବିଭାଗରେ କାର୍ଯ୍ୟରତ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ନଟବର ପ୍ରଧାନ ଓ ତରୁଲତା ପ୍ରଧାନଙ୍କର ଜ୍ୟେଷ୍ଠା କନ୍ୟା କୁମାରୀ ଐଶ୍ୱରୀ ଅଙ୍କିତା ପ୍ରଧାନ ୮୫ ର଼୍ୟାଙ୍କ ରଖିଛନ୍ତି। ପ୍ରଥମ ଥର ପରୀକ୍ଷା ଦେଇ ସେ ସଫଳତା ହାସଲ କରିଥିବା କହିଛନ୍ତି।
ଓଡ଼ିଶା କୃଷି ବିଶ୍ୱ ବିଦ୍ୟାଳୟ, ଭୁବନେଶ୍ୱରରୁ କୃତିତ୍ୱର ସହ ଜୀବ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରି କରୋନା ସମୟରେ ଏହି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ଏହି ସଫଳତା ପାଇଁ ଐଶ୍ୱରୀ ନିଜର ମା’ବାପାଙ୍କ ସମେତ ସମସ୍ତ ଗୁରୁଜନ ଓ ଶୁଭେଚ୍ଛୁମାନଙ୍କୁ ଶ୍ରେୟ ଦେଇଛନ୍ତି।