ଐଶ୍ୱର୍ଯ୍ୟା-ଅଭିଷେକଙ୍କ ମଧ୍ୟରେ ଫାଟ!

ମୁମ୍ବାଇ: ବଲିଉଡ ଆକ୍ଟ୍ରେସ୍‌ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ୧ ନଭେମ୍ବରରେ ତାଙ୍କର ୫୦ତମ ଜନ୍ମଦିନ ପାଳନ କରଛନ୍ତି। କିନ୍ତୁ ଅଭିନେତ୍ରୀଙ୍କ ଜନ୍ମଦିନରେ ତାଙ୍କ ସ୍ବାମୀ ଅଭିଷେକ ବଚ୍ଚନଙ୍କୁ ଦେଖିବାକୁ ମିଳି ନଥିଲା କିମ୍ବା ବଚ୍ଚନ ପରିବାରର କୌଣସି ସଦସ୍ୟ ଏହି ଉତ୍ସବରେ ଅଂଶଗ୍ରହଣ କରି ନ ଥିଲେ। ଅଭିନେତ୍ରୀ ତାଙ୍କ ଝିଅ ଆରାଧ୍ୟା ବଚ୍ଚନ ଏବଂ ମା’ଙ୍କ ସହ ତାଙ୍କ ଜନ୍ମଦିନର କେକ କାଟିଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହା ଦେଖିବା ପରେ, ଏବେ ଆଲୋଚନା ହେଉଛି ଯେ ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇନି ତ।
ସୂଚନାଯୋଗ୍ୟ, ଐଶ୍ୱର୍ଯ୍ୟା ରାୟ, ହୁସ୍ନ କା ମଲାଇକା ଭାବରେ ବେଶ ଜଣାଶୁଣା, ଏକ ହସ୍ପିଟାଲର ଉଦଘାଟନୀ ସମାରୋହରେ ସେ ତାଙ୍କର ୫୦ ତମ ଜନ୍ମଦିନ ପାଳନ କରିଥିଲେ। ଏହି ଉତ୍ସବରେ ତାଙ୍କ ଝିଅ ଆରାଧ୍ୟା ଏବଂ ଅଭିନେତ୍ରୀଙ୍କ ମା ବୃନ୍ଦା ନଜର ଆସିଥିଲେ। କିନ୍ତୁ ଅଭିନେତ୍ରୀଙ୍କ ସ୍ବାମୀ ଅଭିଷେକ, ଶାଶୁ ଜୟା ବଚ୍ଚନ ଏବଂ ଶ୍ୱଶୁର ଅମିତାଭ ବଚ୍ଚନ ପାର୍ଟିରେ ଦେଖାଯାଇ ନ ଥିଲେ। ଆହୁରି ମଧ୍ୟ ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କୁ ଜନ୍ମଦିନ ଶୁଭକାମନା କରିନଥିଲେ। ଏହା ପରେ ଅଭିନେତ୍ରୀଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ବବାଲ କରି ଅଭିଷେକଙ୍କୁ ଗାଳି ଦେଇଥିଲେ।

Share