Categories: ଜାତୀୟ

ଆଇଏସ୍‌ଆଇ ଏଜେଣ୍ଟ୍‌ ଗିରଫ

କୋଟା, ୪।୧୦: ରାଜସ୍ଥାନର କୋଟା ଜିଲାରେ ଜଣେ ପାକିସ୍ତାନ ଗୁପ୍ତଚରୀ ସଂସ୍ଥା ଆଇଏସ୍‌ଆଇ ଏଜେଣ୍ଟ୍‌ଙ୍କୁ ଗିରଫ କରାଯାଇଛି। ସମ୍ପୃକ୍ତ ଗୁପ୍ତଚରଙ୍କୁ ସ୍ଥାନୀୟ ଭାରତୀୟ ସେନା ଶିବିର ଅଞ୍ଚଳରୁ ଗିରଫ କରାଯାଇଛି। ସେ ସେନାର ଗୁପ୍ତତଥ୍ୟ ପାକିସ୍ତାନ ଗୁପ୍ତଚରୀ ସଂସ୍ଥା ଆଇଏସ୍‌ଆଇ ଯୋଗାଇ ଦେଉଥିବା ଅଭିଯୋଗ ହୋଇଛି। ଗିରଫ ଏଜେଣ୍ଟ ଇମରାନ୍‌ ଉତ୍ତରପ୍ରଦେଶ ବାଗପତର ବାସିନ୍ଦା ବୋଲି କୁହାଯାଉଛି। ସେ ହ୍ବାଟସ୍‌ ଆପ୍‌ ଏବଂ ଅନ୍ୟ ସୋସିଆଲ୍‌ ମିଡ଼ିଆ ସହାୟତାରେ ଲଗାତାର ପାକିସ୍ତାନ ଲୋକଙ୍କ ସମ୍ପର୍କରେ ଥିବା କୋଟା ଏସ୍‌ପି ଗୌରବ ଯାଦବ ସୂଚନା ଦେଇଛନ୍ତିି। ସେ ଭାରତୀୟ ସେନା ଶିବିର ଅଞ୍ଚଳରେ ବଢ଼େଇ ଭାବେ କାମ କରୁଥିଲେ।

Share